ଶ୍ରୀଲୋକନାଥ କିନ୍ନର ସଂଘର ସାବିତ୍ରୀ ବ୍ରତ
ବାଲେଶ୍ୱର, (ସରୋଜ ପଣ୍ଡା) :-ଶ୍ରୀଲୋକନାଥ କିନ୍ନର ସଂଘ ପକ୍ଷରୁ ନିଷ୍ଠାର ସହ ମହାସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି । ବ୍ରତଧାରୀ କିନ୍ନରମାନେ ସହରର ଆନନ୍ଦବଜାର ସ୍ଥିତ ଶ୍ରୀଲୋକନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପୂଜକ ବିଧି ଅନୁସାରେ ପୂଜା କରିବା ସହ କିନ୍ନରମାନେ ଦେବତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ମହିଳାମାନେ ନିଜର ସ୍ୱାମୀଙ୍କ ଦୀର୍ଘାୟୁ ସହ ପରିବାରର କଲ୍ୟାଣ କାମନା କରୁଥିବା ବେଳେ କିନ୍ନରମାନେ ସେମାନଙ୍କ ଗୁରୁଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ସଂଘର ସଭାପତି ପ୍ରିୟା କିନ୍ନର ଓ ସମ୍ପାଦକ ନନ୍ଦିନୀ କିନ୍ନରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରତିବର୍ଷ ଏହିଭଳି ବ୍ରତ ପାଳନ କରାଯାଇ ଥାଏ ବୋଲି ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।


