୭ କୁଇଣ୍ଟାଲ ଗଞ୍ଜେଇ ସହ ଗାଡ଼ି ଜବତ ଜଣେ ଗିରଫ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନିର୍ଦେଶ କ୍ରମେ ରା. ଉଦୟଗିରି ଏସଡ଼ିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଅଡବା ଥାନା ଏସ ଆଇ ଲକ୍ଷ୍ମଣ ବେଶରା ଓ କର୍ମଚାରୀ ଚୁଡଙ୍ଗପୁର, କେଶରୀଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ କେଶରୀଗୁଡା ଛକ ନିକଟରେ ଏକ ମିନି ଟ୍ରକ ନଂ (ଓଡ଼ି୦୭ଏଏ ୦୫୭୭) କୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରେ ୨୫ଟି ଜରି ଅଖାରେ ବିପୁଳ ପରିମାଣର ଗଞ୍ଜେଇ ଥିବା ପାଇଥିଲେ । ଉକ୍ତ ଗଞ୍ଜେଇକୁ ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲେଇଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୭ କୁଇଣ୍ଟାଲ ହୋଇଥିଲା । ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା କାର୍ତ୍ତିକ ଶବର (୪୩ )କୁ ପୁଲିସ ଗିରଫ କରିଛି । ଜବତ ଗଞ୍ଜେଇ ଗଜପତି ଜିଲ୍ଲାରୁ ସଂଗୃହିତ ହୋଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୬୦ ଲକ୍ଷ ହେବ ବୋଲି ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି।


