୫-ଟିରେ ରୁପାନ୍ତରିତ ବାହାରିପୁର ହାଇସ୍କୁଲ ଉଦଘାଟିତ
ହାଟଡିହି, (ବିକାଶ ବିଶ୍ୱାଳ) :-ରାଜ୍ୟ ସୀକାର ଦ୍ୱତୀୟ ପର୍ଯ୍ୟାୟରେ ୫-ଟି ଯୋଜନା ଲାଗୁକରି ରାଜ୍ୟର ୪୯୨ଟି ସ୍କୁଲକୁ ଆଜି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି କ୍ରମରେ ସମଣା ପଞ୍ଚାୟତର ବୈଷ୍ଣବ ଚରଣ ହାଇସ୍କୁଲ ବାହାରିପୁରକୁ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ବିଡିଓ ବିନୀତା ବିଜୟିନୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ସିଡିପିଓ ସରସ୍ୱତୀ ସେଠୀ, ସରପଞ୍ଚ ଜଗବନ୍ଧୁ କାଣ୍ଡି, ସମିତିସଭ୍ୟା କବିତା ଜେନା, ସମାଜସେବୀ ଅଭିମନ୍ୟୁ ସେଠୀ, କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ସାହୁ, ପିଇଓ ଜିତତେନ୍ଦ୍ର କୁମାର ଜେନା, ଜିଆରଏସ ବିଷ୍ଣୁ ଚରଣ ସାହୁ, ପ୍ରମୁଖ ଯୋଗଦେଇ ସ୍କୁଲ ମାନଙ୍କରେ ଏହି ୫ଟି- ବ୍ୟବସ୍ଥା ଦ୍ୱାରା ସରକାରୀ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ପଢ଼ିବାପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକା ବ୍ୟବସ୍ଥା ରହୁଥିବାରୁ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲରେ ପଢ଼ିବାପାଇଁ ଆକୃଷ୍ଟ ହେବେ ବୋଲି ମତଦେଇଥିଲେ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭିତରେ ପଢ଼ିବାର ଆଗ୍ରହ ବୃଦ୍ଧି ପାଇବ ବୋଲି ମତଦେଇଥିଲେ । ଏହି ବ୍ୟବସ୍ଥାରେ ସ୍କୁଲର ଭିତ୍ତିଭୁମୀ ସଦୃଢ଼ ହେବାସହ ସ୍କୁଲରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ସୃଷ୍ଟି ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ପୁର୍ବତନ ସରପଞ୍ଚ ପତିତପାବନ ନନ୍ଦଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଯୋଗଦେଇଥିଲେ । ଶିକ୍ଷକ ବାଦଲ କୁମାର ଜେନା, ବନୋରଞ୍ଜନ ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ଯୁଦ୍ଧିଷ୍ଠିର ପାତ୍ର, ଗୌରାଙ୍ଗ ଚରଣ ପୁହାଣ, ପ୍ରଦୀପ କୁମାର ସାହୁ, ସୁଧୀର କୁମାର ସେଠୀ, ଦିବ୍ୟସିଙ୍ଘ ସୋରେନ, ଆଲୋକ କୁମାର ଦାସ, ସୁଧାସିନ୍ଧୁ ପାଣି, ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


