ଜିଲ୍ଳାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ରା.ଉଦୟଗିରି,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସମ୍ବଲପୁର ପଞ୍ଚାୟତରେ ସୋମବାର ଜିଲ୍ଳାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣିରେ ଜିଲ୍ଳାପାଳ ଅନୁପମ ସାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ବିଭିନ୍ନ ପଞ୍ଚାୟତରୁ ଯୋଗ ଦେଇଥିବା ଜନସାଧରଣଙ୍କର ସମୁଦାୟ ୧୨୭ ଗୋଟି ଅଭିଯୋଗ ଶୁଣିଥିବା ବେଳେ ବ୍ୟକ୍ତିଗତ ଶହେଟି ଓ ସାମୁହିକ ୨୭ ଗୋଟି ଅଭିଯୋଗ ଶୁଣିଥିଲେ । ଅଭିଯୋଗଗୁଡ଼ିକ ମଧ୍ୟରୁ ବିଭିନ୍ନ ଗାଁକୁ ଗମନାଗମନ ପାଇଁ ରାସ୍ତା ଘାଟ, ବିଏସଏନଏଲ ଟାୱାର ସ୍ଥାପନ, ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଓ ଭତ୍ତା ଆଦି ଯୋଗାଇବା ପାଇଁ ଦାବି ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ୫୭ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା । ଏଥିସହ ବିଭିନ୍ନ ଗ୍ରାମରୁ ଆସିଥିବା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ବାବଦକୁ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣଙ୍କୁ ୨୪ ହଜାର ଓ ୬ଜଣ ହିତାଧିକାରୀଙ୍କୁ ରେଡ଼କ୍ରସ ପାଣ୍ଠିରୁ ୩୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ଏହି ଅଭିଯୋଗ ଶୁଣାଣିରେ ବିଡିଓ ପ୍ରଫୁଲ୍ଲ କୁମାର କୁଜୁର, ବ୍ଲକ ଅଧ୍ୟକ୍ଷା ଗୁଡୁବାଇ ମଣ୍ଡଳଙ୍କ ସମେତ ଜିଲ୍ଲା ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ