ଘରକୁ ଧକ୍କା ଦେଲା କାର
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଶନିବାର ରାତି ୧୦ଟା ବେଳେ ବନ୍ତ ବ୍ଲକ ଛୟାଳସିଂ ବଜାର ଠାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟି ଆନନ୍ଦପୁର ଆଡୁ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ରାମ ସାହୁଙ୍କ ଘରକୁ ଧକ୍କା ଦେଇଥିଲା । ଫଳରେ ଘରର ଖୁଣ୍ଟ ଓ ଏକ ଚଉଁରା ନଷ୍ଟ ହୋଇଛି । ଏଥିରେ କୌଣସି ଜୀବନହାନି ହୋଇନଥିବା ଜଣାଯାଇଛି । ଖବର ପାଇ ବନ୍ତ ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରି ଥାନାକୁ ନେଇଥିବା ବେଳେ କାର ଚାଳକକୁ ଅଟକ ରଖିଛି ।


