ବାଲିକୁଦା ପୋଲିସକୁ ବଡ ସଫଳତା
ଜଗତସିଂହପୁର (ଅନସୂୟା ରାଉତ) :-ଆଜି ବାଲିକୁଦା ପୋଲିସ ଜଣେ ପୁରୁଣା ଚୋରା ମଦ ବ୍ୟବସାୟୀଙ୍କୁ ବିପୁଳ ପରିମାଣର ବିଦେଶୀ ମଦ ସହିତ ଧରିଅଛି । ପ୍ରକାଶ ଥାଉକି କାଠ ଗୋଲା ଛକରେ ଦିଲ୍ଲୀପ ସାହୁ ନାମକ ଜଣେ ପୁରୁଣା ଚୋରା ମଦ ବ୍ୟବସାୟୀଙ୍କୁ ଧରିବାରେ ସକ୍ଷମ ହୋଇଛି । ଦିଲ୍ଲୀପ ନିକଟରୁ ପାଖାପାଖି ତିନି ପେଟି ବିଦେଶୀ ମଦ ଜବତ ହୋଇଛି। ଦିଲ୍ଲୀପ ଜଣେ ପୁରୁଣା ଚୋରାମଦ ବେପାରୀ ବୋଲି ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ । ସେ ମଦ ସହିତ ଚାଖଣ ପ୍ରସ୍ତୁତ କରି ଭଲ ବେପାର କରିଥାଏ। ଆଜି ଥାନାଧିକାରୀ ରଜନୀକାନ୍ତ ମିଶ୍ର ତାକୁ କୌଶଳ କ୍ରମେ ଧରି କେସ୍ ନମ୍ବ୨୫୪/୨୨ରେ ଥାନାରେ ଅଟକ ରଖିଛନ୍ତି । ଆଗାମି ରଜକୁ ଆଖି ଆଗରେ ରଖି କିଛି ଲାଇସେନ୍ସ ଧାରି ମଦ ଦୋକାନୀ ଘରେ ପହଞ୍ଚି ଚୋରା ବେପାରୀଙ୍କୁ ମଦ ଯୋଗାଉଛନ୍ତି । ବିଶେଷ କରି ତିର୍ତ୍ତୋଲ, ଏରସମା ଅଞ୍ଚଳରୁ ପ୍ରବଳ ମଦ ବାଲିକୁଦା ଆସୁଥିବାର ଅଭିଯୋଗ ହେଉଛି। କେତେକ ବଡ ବଡିଆ ମଦ ବେପାରୀ ବନ୍ଧା ହୋଇ ଯାଉଥିବା ଚୋରା ମଦ ବେପାରୀଙ୍କୁ ଜେଲରୁ ମୁକୁଳାଇ ଆଣୁଥିବା ଶୁଣିବାକୁ ମିଳୁଛି । ଏଥିପ୍ରତି ତିନିଥାନାର ପୋଲିସ ବିଭାଗ ଓ ଅବକାରୀ ବିଭାଗ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହେଉଛି ।


