ବାଲି ଓ ପଥର ମାଫିଆ ସକ୍ରିୟଙ୍କ ଭୂସ୍ୱର୍ଗ ପାଲଟିଛି ପାଞ୍ଚପିଢ଼ ଉପଖଣ୍ଡ ଅଞ୍ଚଳ : ଗାଡି ଜବତକଲେ ଉପଜିଲ୍ଲାପାଳ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳ ଏବେ ମାଫିଆ ଙ୍କ ଭୂସ୍ବର୍ଗ ପାଲଟିଛି । ଏହି ମାଫିଆଙ୍କ ପୋଲିସ କୁ ଡର ନା ପ୍ରଶାସନ କୁ ଖୋଲାଖୋଲି ଭାବେ ଦିନରାତି ଏମାନେ ପ୍ରଶାସନ କୁ ଚ୍ୟାଲେଞ୍ଜ ଦେଇ ଲୁଟ ରେ ବ୍ୟସ୍ତ । ମୟୁରଭଞ୍ଜ ଜିଲ୍ଲା, ଶୁକୃଳି ବ୍ଲକ ଇନ୍ଦୁପୁର ଗ୍ରାମ ନିକଟରୁ ୧୦ ତାରିଖ ଦିନ ପାଞ୍ଚପିଢ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଶୁକୃଳି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ ମିଳିତ ଚଢାଉ କରି ଗୋଟିଏ ବାଲି ବୋଝେଇ ଓ ଗୋଟିଏ ପଥର ବୋଝେଇ ଗାଡି ଜବତ କରିଥିବାର ଜଣା ପଡିଛି । ଏହି ଚଢ଼ାଉ ରେ ଓଡି୦୯ଏଚ ୪୭୮୫ ନମ୍ବର ମିନିଟ୍ରକ ଚୋରା ବାଲି ବୋଝେଇ ଓ ଓଆର୦୯କିଉ ୫୩୩୮ ନମ୍ବର ଟ୍ରାକ୍ଟର ରେ ଚୋରା ପଥର ବୋଝେଇ ହୋଇ ଆସୁଥିବାବେଳେ କାଗଜ ପାତ୍ର ଯାଞ୍ଚରେ ତୃଟି ପାଇବାରୁ ଉଭୟ ଗାଡ଼ିକୁ ଜବତ କରାଯାଇଥିଲା । ସୀମାବର୍ତ୍ତି ଶୁକୃଳି ତହସିଲ ଅଞ୍ଚଳରେ ବ୍ୟାପକ ପରିମାଣର ବାଲି ଚୋରା ଚାଲାଣ ହେଉଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଆସୁଛି । ବାରମ୍ବାର ଚୋରାରେ ବାଲି ଚାଲାଣ ହେଉଥିବା ଏବଂ ବାଲି ମାଫିଆ ମାନେ ସକ୍ରିୟ ଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ପୂର୍ବରୁ କରଞ୍ଜିଆ ତହସିଲ ଅଞ୍ଚଳ ର ଚଢେଇଭୋଳ, ଭଁଅରା, ଅଞ୍ଚଳ ରେ ବାଲି ମାଫିଆ ଦିନରାତି ବେଆଇନ ଭାବେ ଶହ ଶହ ଟ୍ରିପ ବାଲି ଉତ୍ତଳନ କରି ବିଭିନ୍ନ ଅଞ୍ଚଳ ର ଜଙ୍ଗଲ ମଧ୍ୟରେ ଡିପୋ କରି ବର୍ଷା ଦିନେ ଚଢ଼ା ମୂଲ୍ୟରେ ବିକ୍ରି ପାଇଁ ମହଜୁଦ ରଖୁଛନ୍ତି ଏହା ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ କରଂଜିଆ ତହସିଲଦାର ସ୍ମୃତିରଂଜନ ସାହୁ ଚଢ଼େଇଭୋଳ ଓ ଏହାର ଆଖପାଖ ସ୍ଥାନରେ ଥିବା ବେଆଇନ ବାଲିଡିପୁ ଗୁଡ଼ିକ ଉପରେ ଚଢାଉ କରି ବିପୁଳ ପରିମାଣର ଫାଇନ ଆଦାୟ କରିଥିଲେ । ତଥାପି ଉପଖଣ୍ଡ ରେ ବାଲି ଓ ପଥର ମାଫିଆ ଙ୍କ ପ୍ରଶାସନ ସହିତ ମଧୁଚନ୍ଦ୍ରିକା ଯୋଗୁ ଏଭଳି ବେଆଇନ କାର୍ଯ୍ୟ ମାଫିଆ ଜାରୀ ରଖିଛନ୍ତି । ଆଗକୁ ମଧ୍ୟ ଏହିପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ସୂଚନା ଦେଇଛନ୍ତି । ସୂଚନା ଥାଉକି ବର୍ତ୍ତମାନ ଉପରୋକ୍ତ ତହସିଲ ଅଧିନରେ ବେଆଇନ କ୍ରସର,ବେଆଇନ ବାଲିଘାଟ ଓ ଡିପୁ ସଂଖ୍ୟା ବଢୁଥିବା ବେଳେ କରଂଜିଆ ସମେତ ସୁକୃଳି, ରରୁଆଁ ତହସିଲ ପକ୍ଷରୁ କାର୍ଯ୍ୟନୁଷ୍ଠାନ ପ୍ରାରମ୍ଭ ହୋଇଥିବାରୁ ମାଫିଆଙ୍କ ମନରେ ଛନକା ପଶିଛି । ଉଲ୍ଲେଖ ଯୋଗ୍ୟ ଯେ ବରଦାପାଳ ବାଲି ଘାଟ ନିଲାମ କୁ ନେଇ ବିବାଦ ସୃଷ୍ଟି ହୋଇଛି ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଏହାକୁ ନେଇ ପ୍ରଶ୍ନ ଉଠେଇବା ସହିତ ଘାଟ ନିଲାମ ରେ ଅନିୟମିତତା ହୋଇଥିବା ଅଭିଯୋଗ କରୁଛନ୍ତି ।ପ୍ରଶାସନ ଓ ମାଫିଆ ଙ୍କ ସୁସମ୍ପର୍କ ଯୋଗୁ ଘାଟ ନିଲାମ ରେ ପକ୍ଷପାତିତା ହୋଇଥିବା ଅଞ୍ଚଳ ରେ ଆଲୋଚନା ର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ