ରାଇରଙ୍ଗପୁରରେ କଂଗ୍ରେସ ଅଣ୍ଟା ସଳଖ କରୁଛି
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଵରଗଡ ନିର୍ବାଚନରେ କଂଗ୍ରେସ ଦିତୀୟ ସ୍ଥାନ ହାସଲ କରିଥିବା ବେଳେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଗୁରୁ ବାର ଦିନ ରାଇରଙ୍ଗପୁରର କୁଡୁମି ଭବନ ପରିସରରେ କଂଗ୍ରେସର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ପୌର ଅଧ୍ୟକ୍ଷ ପ୍ରାର୍ଥୀ ଭଜହରି ମହାନ୍ତ ସଭାପତିତ୍ବ କରିଥିଲେ । ଏହି ମିଶ୍ରଣ ପର୍ବରେ ଚୈତନ ସୋରେନ, ତୁପା ବିରୁଆ, ଚନ୍ଦ୍ର ମୋହନ ପାତ୍,ଶୁଭମ ପାତ୍ର ଜାମ୍ବିଆ ସାମଲ, ତପସ୍ଵିନୀ ନନ୍ଦ, ନରେନ୍ଦ୍ର ବେହେରା, କୁମୁଦ ରଂଜନ ପାତ୍ର, ପୂର୍ଣ ଚନ୍ଦ୍ର ନାଏକ, ମହେଶ୍ୱର ପାତ୍ର, ବୈଜୟନ୍ତୀ ପାତ୍ର, ମିତା ମୁର୍ମୁ, ଅପରାଧ ସୋରେନ ଙ୍କ ସମେତ ୨୫ ରୁ ଉର୍ଦ୍ଧ୍ବ ରାଇରଙ୍ଗପୁର ଆଖପାଖ ଅଂଚଳରୁ ସାମିଲ ହୋଇଥିଲେ । ଦଳ ତରଫରୁ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯକ୍ରମରେ ଦଳର ନେତୃବୃନ୍ଦ ରୂପକ ମହାନ୍ତି, ଅନନ୍ତ ମାରାଣ୍ଡି, ଛୋଟରାୟ ମାରାଣ୍ଡି, ରଜତ ମହାନ୍ତି, କିଶୋର ମହାନ୍ତି, ଯାହାର ଅବତାର, ବୁଲବୁଲ, ରାହୁଲ ମହାନ୍ତି, ରାକ୍ଷୀପୂର୍ଣ୍ଣିମା ଡୋଗରା, ପୋତା ବାସ୍କେ, ତରଙ୍ଗିଣୀ ମହାନ୍ତ, କିଶୋର ଦାସ, ଅମର ମହାନ୍ତି, ରଖି ମହାନ୍ତି, ବାବୁଲୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନୂତନ ସଭ୍ୟ/ସଂସ୍ଥାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ସମସ୍ତେ ଶପଥ ନେଇଥିଲେ କଂଗ୍ରେସ କୁ ଆଗକୁ ବଢାଯିବ । ସଂଗଠନକୁ ଗୁରୁତ୍ଵ ଦିଆଯିବ ।


