ଚିନ୍ମୟ ମିଶନ ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ଚିନ୍ମୟ ମିଶନ ବାଲେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରିସରରେ ଗତ ୧୦ ତାରିଖରୁ ଚାଲିଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ବ୍ୟକ୍ତିତ୍ୱ ବିକାଶ ଶିବିର’ ରବିବାର ଉଦଯାପିତ ହୋଇଯାଇଛି । ଏହି ୩ଦିନିଆ ଶିବିରରେ ବାଲେଶ୍ୱରର ବିଭିନ୍ନ ସ୍କୁଲରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରତ୍ୟେହ ସକାଳ ୬ଟାରୁ ୧୦.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା । ସ୍କୁଲ୍ର ସହକାରୀ ଶିକ୍ଷକ ସନତ କୁମାର ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ଜାଳି ଉତ୍ସବକୁ ଉଦ୍ଘାଟନ କରିଥିଲେ । ବାଲେଶ୍ୱର ଚିନ୍ମୟ ମିଶନର ସଭାପତି ଡ. କ୍ଷିତୀଶ୍ୱର ଦାଶ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ ସହ ବିବରଣୀ ଉପସ୍ଥାପନ କରିଥିଲେ । ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟଚୈତନ୍ୟ ଓ ସ୍ୱାମିନୀ ତନିଷ୍ଠା ନନ୍ଦ ସରସ୍ୱତୀ ଶିବିରରେ ପିଲାମାନଙ୍କୁ ଆଧ୍ୟାତ୍ମିକ, ବ୍ୟକ୍ତିତ୍ୱ ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା, ପ୍ରବଚନ ଓ ଉପଦେଶ ଦେଇଥିଲେ । ମିଶନର କୋଷାଧ୍ୟକ୍ଷ ଗଙ୍ଗାଧର ପୃଷ୍ଟି, ପ୍ରଫୁଲ୍ଲ କୁମାର ଦାସ, ଦିବାକର ମହାପାତ୍ର, ରାଜକିଶୋର ମଲ୍ଲିକ୍, ରଜନୀକାନ୍ତ ବେହେରା, ଉଦୟ ରଞ୍ଜନ ଦାସ, ହରିଶ୍ଚନ୍ଦ୍ର ସାହୁ, ଦେବସ୍ମିତା ଜେନା, ସୌମ୍ୟରଞ୍ଜନ ଦାସମହାପାତ୍ର, ପ୍ରଦୀପ କୁମାର ସେଠୀ ଓ ଯୋଗେନ୍ଦ୍ର ଦଳେଇ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବର ଉଦ୍ଯାପନୀ କାର୍ଯ୍ୟକ୍ରମରେ ସ୍କୁଲ୍ର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ଉପସ୍ଥିତିରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଚିନ୍ମୟ ମିଶନର ଆଚାର୍ଯ୍ୟ ତଥା କର୍ମକର୍ତ୍ତାଙ୍କୁ ପାଇଁ ସାମ୍ପ୍ରତିକ ସମାଜର ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ବୋଲି ଶ୍ରୀ ପଣ୍ଡା ମତ ଦେଇଥିଲେ । ଶେଷରେ ମିଶନର ଉପ-ସଭାପତି ଅକ୍ଷୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


