ଯାଜପୁର ଜିଲ୍ଲାରେ ପୋଷ୍ୟ ସନ୍ତାନ ସପ୍ତାହ ପାଳନ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍‌): ପ୍ରତ୍ୟେକ ଶିଶୁ ଗୋଟିଏ ପରିବାର ଆବଶ୍ୟକ କରେ । ସେଥିପ୍ରତି ଦୃଷ୍ଟି ଦେଇ ସରକାର ପୋଷ୍ୟ ସନ୍ତାନ ବ୍ୟବସ୍ଥା କରିଚ୍ଥନ୍ତି । ନିସନ୍ତାନ ଦମ୍ପତ୍ତି ସେମାନଙ୍କ ଖାଲି କୋଳକୁ ମଣ୍ଡନ କରିବା ସହ ଶିଶୁଟିକୁ ସୁରକ୍ଷିତ ଭବିଷ୍ୟତଟିଏ ଯୋଗାଯାଇପାରୁଚ୍ଥି ଏହି ବ୍ୟବସ୍ଥା ମାଧ୍ୟମରେ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଉତ୍କଳ ବାଳାଶ୍ରମ ପରିସରରେ ପୋଷ୍ୟ ସନ୍ତାନ ସପ୍ତାହ ପାଳନ ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସେଠୀ ପୈାରାଣିକ,  ଓ ସାମାଜିକ ଘଟଣାବଳୀ ମାଧ୍ୟମରେ ପୋଷ୍ୟ ସନ୍ତାନ, ପିତୃ ମାତୃହୀନ ସନ୍ତାନର ସ୍ଥିତି ଓ ଥଇଥାନ ସଂପର୍କରେ ମତବ୍ୟକ୍ତ କରିବା ସହ ସାମ୍ପ୍ରତ୍ତିକ ସ୍ଥିତିରେ ପୋଷ୍ୟ ସନ୍ତାନ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଆଜିର ସମାଜରେ ଶିଶୁ ଓ ବୟସ୍କ ମାନେ ବେଶି ପରିମାଣରେ ଅବହେଳାର ଶିକାର ହେଊଚ୍ଥନ୍ତି । କିନ୍ତୁ ସେମାନଙ୍କୁ ଅଧିକ ଯତ୍ନ ଓ ସୁରକ୍ଷା ଲୋଡା । ସାମାଜିକ ସ୍ତରରେ ବ୍ୟାପକ ସଚେତନତା ମାଧ୍ୟମରେ ଏହି ଉଭୟ ବର୍ଗକୁ ପ୍ରତ୍ୟେକ ସହଯୋଗ ଓ ସମ୍ମାନ ଦେବାକୁ ସେ ଅନୁରୋଧ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ପଣ୍ଡା ପୋଷ୍ୟ ସନ୍ତାନ କେନ୍ଦ୍ର ଯାଜପୁରରେ ହେବାଦ୍ୱାରା ଅସୁରକ୍ଷିତ ଭାବେ ରହୁଥିବା ଶିଶୁ ମାନଙ୍କର ଭବିଷ୍ୟତକୁ ସୁରକ୍ଷା ମିଳିପାରୁଚ୍ଥି । ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଶିଶୁ ମାନଙ୍କର ଉନ୍ନତି କରାଯାଇପାରିବ ବୋଲି ସେ କହିଥିଲେ । ଏ.ଡି.ଏମ୍‌.ଓ. ଡା. ରୁଦ୍ର ପ୍ରତାପ କର ଅସହାୟ ଶିଶୁଟିଏ ଉଦ୍ଧାର ପରେ ତାହାର ସ୍ୱାସ୍ଥ୍ୟ ପରୀକ୍ଷା ସହ ନିୟମିତ ତାହାର ଯତ୍ନ ନେବାର ବ୍ୟବସ୍ଥା କରାଯାଇଥାଏ ବୋଲି କହିଥିଲେ ।ଜିଲ୍ଲା  ଶିଶୁ ମଙ୍ଗଳ କମିଟିର ସଦସ୍ୟ ଶୁଭ୍ରାଂଶୁ ରାୟ ଓ ସୁବାଷ ଚନ୍ଦ୍ର ଦେବତା ଶିଶୁଟିଏ ଉଦ୍ଧାର ପରେ ତାହାର ଥଇଥାନ ଓ ଆଇନଗତ ବ୍ୟବସ୍ଥା ସଂପର୍କରେ ମତବ୍ୟକ୍ତ କରିଥିଲେ । ଉତ୍କଳ ବାଳାଶ୍ରମ ପୋଷ୍ୟ ସନ୍ତାନ ଗୃହର ପରିଚାଳକ ହରପ୍ରିୟା ଦାସ ବିସ୍ତୃତ ସୂଚନା ଦେଇ ପୋଷ୍ୟ ସନ୍ତାନ ଗ୍ରହଣରେ ବିବିଧ ପ୍ରକ୍ରିୟା ସଂପର୍କରେ ଆଲୋକପାତ କରିଥିଲେ । ବର୍ତ୍ତମାନ କେବଳ ଅନ୍‌ଲାଇନ୍ ମାଧ୍ୟମରେ ପୋଷ୍ୟ ସନ୍ତାନ ପାଇଁ ଆବେଦନ କରାଯାଉଚ୍ଥି । ଏଥିପାଇଁ ଗୃହ ନିରିକ୍ଷଣ ପିତା ମାତାଙ୍କ ସ୍ୱାସ୍ଥ୍ୟ ଓ ଆୟ ଇତ୍ୟାଦିର ଆବଶ୍ୟକତା ସଂପର୍କରେ ସେ ବିଷଦ ସୂଚନା ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ମିହିର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅପିଂସର ମଞ୍ଜୁଳା ରଥ, ଶିଶୁ ସୁରକ୍ଷା କର୍ମକର୍ତ୍ତା ଅର୍ଚ୍ଚନା ସାମନ୍ତ, ଆଇନ ପରାମର୍ଶଦାତା ତପନ କୁମାର ପଣ୍ଡା ବିଭିନ୍ନ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ