ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ମାଳଦା କଲ୍ୟାଣପୁର ଗ୍ରାମର ମେଳାପୀ ଯୁବକ ବାବୁ ବୈଷ୍ଣବ(୩୮)ଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ବାବୁ ଅଞ୍ଚଳରେ ଜଣେ ସୁପରିଚିତ ଡ୍ରାଇଭର ହୋଇଥିବା ବେଳେ ଗତ ବୁଧବାର ରାତିରେ ବର ନେଇ ଯାଜପୁର ଅଞ୍ଚଳକୁ ଯାଇଥିଲେ । ସେଠାରେ ବର ଛାଡି ସାରିବା ପରେ କୌଣସି କାର୍ଯ୍ୟରେ ଏକ ମୋଟର ସାଇକେଲ ଯୋଗେ ରାସ୍ତାରେ ଆସୁଥିବା ବେଳେ ଅନ୍ୟ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ବାବୁଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ମେଡିକାଲ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ଜଣାପଡିବା ପରେ ମାଳଦା ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ