ସହିଦ୍ ଭଗତ୍ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ସ୍ଥିତ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଙ୍କ ଉପସ୍ଥିତିର ରେ ଯୁବରେଡକ୍ରସ୍ ଓ ଏନ୍. ଏସ୍. ଏସ୍ ତରଫରୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଥିଲା । ଏହି ବିଶ୍ୱ ଯୋଗ ଦିବସ ରେ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଯୋଗ ଓ ପ୍ରାଣାୟାମ ବିଷୟରେ ଶିକ୍ଷା ଦେଇ ଶରୀର ସୁସ୍ଥ ରଖିବା ପାଈଁ ଜଣେ ମଣିଷ ପ୍ରତି ଦିନ ଯୋଗ କରିବା ର ମହତ୍ୱ କୁ ଦୃଷ୍ଟି ରେ ଯୋଗ ର ଆବଶ୍ୟକତା ସମ୍ପର୍କ ରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା । ଏଥିରେ ଯୁବ ରେଡକ୍ରସ୍ ସଂଯୋଜିକା ଏନ୍.ପଦ୍ମବତୀ ଏବଂ ଏନ୍. ଏସ୍.ଏସ୍ ର ପ୍ରୋଗ୍ରାମ ଅଫିସର୍ ଦେବୀ ପ୍ରସାଦ ପଟ୍ଟନାୟକ, ଆଖଣ୍ଡଳମଣି ବେହେରା, ଜୟନ୍ତୀ ବେହେରା ଯୋଗ ଦେଇ ଯୋଗ ର ଗୁରୁତ୍ୱ ସମ୍ପର୍କ ରେ ସୂଚନା ପ୍ରଦାନ କରିଛନ୍ତି ।


