ସମ୍ପାଦକଙ୍କ ଗିରଫର ଦୃଢ଼ ପ୍ରତିବାଦ : ସାମ୍ବାଦିକ-ସାମାଜିକ କର୍ମୀଙ୍କ ଗଣଧାରଣା ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ସରକାରଙ୍କ ଦୋଷ ଦୁର୍ବଳତା ଓ ଦୁର୍ନୀତିକୁ ଲୋକ ଲୋଚନକୁ ଆଣୁଥିବା “ବଡ଼ ଖବର’ ନ୍ୟୁଜ ଚ୍ୟାନେଲର ସ୍ୱରକୁ ଚାପିବା ପାଇଁ ରାଜ୍ୟ ସରକାର ଯେଉଁ ଭଳି ହୀନ ଚକ୍ରାନ୍ତ କରିଛନ୍ତି ତାହା କେବେ ବି ସଫଳ ହେବାକୁ ରାଜ୍ୟବାସୀ ଦେବେ ନାହିଁ । ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଚକ୍ରାନ୍ତ କରି ରାତିଅଧିଆ ଗିରଫ କରାଯିବା ଦ୍ୱାରା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ହତ୍ୟା କରାଯାଇଛି । ଆଗାମୀ ଦିନରେ ଏହା ବିରୋଧରେ ସମଗ୍ର ରାଜ୍ୟର ଲୋକେ ସ୍ୱର ଉଠାଇବେ ବୋଲି ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଅନିର୍ଦ୍ଦିଷ୍ଟ କାଳ ଧାରଣରେ ବକ୍ତାମାନେ ଚେତାବନୀ ଦେଇଛନ୍ତି । ବାଲେଶ୍ୱର ଜିଲାର ସାମ୍ବାଦିକଙ୍କ ପକ୍ଷରୁ ଜାରି ରହିଥିବା ଏହି ଗଣଧାରଣାକୁ ସମର୍ଥନ ଜଣାଇ ବିଭିନ୍ନ ସାମାଜିକ ସଙ୍ଗଠନ, ସାମ୍ୱାଦିକ ସଂଘ, ବୁଦ୍ଧିଜୀବୀ, ଆଇନଜୀବୀ , ବିଜେପି ଓ କଂଗ୍ରସ ନେତାମାନେ ରାଜ୍ୟ ସରକାରଙ୍କ ଅହମିକାପୂର୍ଣ୍ଣ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଛନ୍ତି । ଗିରଫ ଶ୍ରୀ ଦାସଙ୍କୁ ତୁରନ୍ତ ଦୋଷମୁକ୍ତ ସହ ଖଲାସ କରା ନଗଲେ ଆଗାମୀ ଦିନରେ ଏହି ଧାରଣା ବିଶାଳ ଗଣ ଆନ୍ଦୋଳନର ରୂପ ନେବ ବୋଲି ବକ୍ତାମାନେ ଚେତାବନୀ ଦେଇଛନ୍ତି । ବଡ଼ ଖବର ବାଲେଶ୍ୱର ଜିଲା ପ୍ରତିିନିଧି ସଂଜୟ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଦେବବ୍ରତ ପାଣିଗ୍ରାହୀ , ଓୟୁଡବ୍ଲ୍ୟୁଜେ ସଭାପତି ଉଜ୍ଜଳ କର , ସନ୍ଦୀପ୍ତ କୁମାର ଦାସ , ଓୟୁଜେ ସଂଘ ସମ୍ପାଦକ ବିବେକ ଦାସ, ମନୋଜ ରାଉଳ ବାସୁଦେବ ରାଉଳ , ସଂଜୟ ସାମଲ କୁଞ୍ଜମଣି ସ୍ୱାଇଁ , ଉତ୍କଳ ସାମ୍ୱାଦିକ ସଂଘ ସଭାପତି ଲୋକନାଥ ଦଳେଇ, ସୁଧାଂଶୁ ଶେଖର ବାରିକ , ସଂଜୟ ମହାଳିକ , ମାନସ କୁମାର ବେଜ , ରଘୁନାଥ ନାୟକ , ଅଜିତ ସାହୁ , ଆଶିଷ ଗିରି , ମନୋରଞ୍ଜନ ପାଣିଗ୍ରାହୀ , ଜଗତ କୁମାର ଗିରି , ନିହାର ରଞ୍ଜନ ଜେନା ପ୍ରମୁଖ ସାମ୍ୱାଦିକଙ୍କ ସହମେତ ବିଭିନ୍ନ ସଂଗଠନ ପକ୍ଷରୁ ଗୋରାଙ୍ଗ ପାଣିଗ୍ରାହୀ, ବିଜେପି ସଦର ନେତା ମାନସ ଦତ୍ତ, ଗୌରାଙ୍ଗ ଦାସ , କଂଗ୍ରେସ ନେତ୍ରୀ ଅର୍ଚ୍ଚନା ନନ୍ଦୀ, କଂଗ୍ରେସ ନେତା ବିକାଶ ଦାସ, ଆଇନଜୀବୀ ବୈଲୋଚନ ଦାଶ, ନିରଞ୍ଜନ ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ