ଧନିତ୍ରୀ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ମଲ୍ଲ
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :- କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ସେବା ସମବାୟ ସମିତିର ସଭାପତି ଭାବେ ଯୁବ ସଂଗଠକ ଅକ୍ଷୟ କୁମାର ମଲ୍ଲ ନିଦ୍ବାନ୍ଦରେ ନିର୍ବାଚିତ ହୋଇଛନ୍ତି । ଖବରରୁ ପ୍ରକାଶ ଯେ ଗତ ଜୁନ ମାସ ୨୬ ତାରିଖରେ ସେବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତ ସ୍ଥିତ ଧନିତ୍ରୀ ସେବା ସମବାୟ ସମିତିର ୧୫ଗୋଟି ଜୋନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୧୫ଜଣ ବୋର୍ଡ ମେମ୍ବର ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଯୁବ ସଂଗଠକ ତଥା ସାମାଜିକ କର୍ମୀ ଅକ୍ଷୟ କୁମାର ମଲ୍ଲ ଏକମାତ୍ର ପ୍ରାର୍ଥୀଭାବେ ଧନିତ୍ରୀ ସେବା ସମବାୟ ସମିତିର ସଭାପତି ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ସମୟ ମଧ୍ୟରେ କୌଣସି ପ୍ରତିଦ୍ୱନ୍ଦି ତାଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଅକ୍ଷୟ କୁମାର ମଲ୍ଲ ନିଦ୍ବାନ୍ଦରେ ଧନିତ୍ରୀ ସେବା ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ଘୋଷଣା କରିଛନ୍ତି । ଶ୍ରୀ ମଲ୍ଲ ସଭାପତି ନିର୍ବାଚିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରେ ସ୍ବାଗତର ସୁଅ ଛୁଟିବାରେ ଲାଗିଛି । ଆଗାମୀ ଦିନରେ ବିଜେଡ଼ି ସଂଗଠନ ଓ କୃଷକ ସଂଗଠନ ସୁଦୃଢ କରିବା ନିମନ୍ତେ ନବ ନିର୍ବାଚିତ ସଭାପତି ଶ୍ରୀ ମଲ୍ଲ ସମସ୍ତ ନେତୃବୃନ୍ଦ ମାନଙ୍କ ସହଯୋଗ କାମନା କରିଛନ୍ତି ।