୭୩ତମ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଚାରିଛକସ୍ଥ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ପବିତ୍ର ରଥଯାତ୍ରା ଓ ୭୩ ତମ ବନ ମହୋତ୍ସବ ଅବସରରେ “ନିରାଶ୍ରୟ ସେବାଶ୍ରମ” ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ “ନିରାଶ୍ରୟସେବାଶ୍ରମ” ସ୍ୱେଚ୍ଛାସେବୀ ସଂଗଠନ ର ସଭାପତି ମାନସ ରଞ୍ଜନ ପାଢ଼ୀ, ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ,ସଭ୍ୟ ଜୟକୃଷ୍ଣ ସାହୁ, ତ୍ରିନାଥ ବେହେରା, ବୈରାଗୀ ସାହୁ, କବିନ୍ଦ୍ର କୁମାର ନାୟକ,ପ୍ରଶାନ୍ତ କୁମାର ବେହେରା, ସତ୍ୟଭୂଷଣ ନାୟକ, ନାରାୟଣ ପ୍ରସାଦ, ମନୋଜ ମାଣିକ, ଲଷ୍ମୀଧର ବେହେରା, ଶ୍ରୀଧର ସ୍ୱାଇଁ, ଦୀପକ ମହାପାତ୍ର, ଜିତେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିବା ସହିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ଅଧକ୍ଷା ସ୍ବର୍ଣ୍ଣରଶ୍ମି ସାହୁ, ଓ ପୁଷ୍ପାମିତ୍ର ପଟନାୟକ,କଲ୍ୟାଣୀ ସ୍ୱାଇଁ, ମଧୁସ୍ମିତା ମହାପାତ୍ର, ଶଙ୍ଖଲତା ମିଶ୍ର, ପୁଷ୍ପଲତା ଦତ୍ତ, ପ୍ରମୁଖ ସମସ୍ତ ଛାତ୍ରୀ ବୃନ୍ଦ, ସମାଜ ସେବୀ ସନାତନ ପାତ୍ର ସ୍ଥାନୀୟ ସରପଞ୍ଚ ଚାରୁଲତା ବେହେରା ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ଫଳ ଚାରା ଯଥା ନଡ଼ିଆ, ବଉଳ, ପିଜୁଳି,ଜାମୁ, ବରକୋଳି, ଓ ଦେବଦାରୁ ପ୍ରମୁଖ ବୃକ୍ଷ ରୋପଣ କରାଯାଇଅଛି।ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।