ଶ୍ଵାସ ରୁଦ୍ଧରେ ଚାଲିଗଲା 3 ଶ୍ରମିକଙ୍କ ଜୀବନ : ସାଇନଟିଫିକ ଟିମର ତଦନ୍ତ
ମୋହନା, (ଅଂଶୁମାନ ପଣ୍ଡା) :-ଶ୍ଵାସ ରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ । ଗଜପତି ଜିଲ୍ଲା ମୋହନା ଢେପସାହି ନାରାୟଣନଗରରେ ଏକ ଚାଉମିନ ଫ୍ୟାକ୍ଟେରୀରେ ରାତିରେ ଗ୍ୟାସ ଲିକ ହେବାରୁ ଶ୍ଵାସ ରୂଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ, ଗଂଜାମ ନିମଖଣ୍ଡି ଗାଁର । ଅରୁଣ ସାହୁ, ଓ ମୋହନା ଥାନା କାମ୍ପଗୁଡା ଗାଁର ପ୍ରଭାକର ଦଳାଇ ଓ ଅନ୍ୟ ଜଣେ ସୁନୀଲ ଦଳାଇ ବୋଲି ଜଣା ପଡ଼ିଛି । ସୁଚନାନୁଯାୟୀ, ରାତିରେ ଚାଉମିନ ଫ୍ୟାକ୍ଟେରୀରେ କାମ କରୁଥିବା ବେଳେ ଚାଉମିନ ଶୁଖାଇବା ପାଇଁ ହିଟ ଚେମ୍ବର ମାଧ୍ୟମରେ ହିଟ କରାଯାଇଥିଲା । ସେଥିରେ ବ୍ୟବହାର ହୋଇଥିବା ଗ୍ୟାସ ହାଣ୍ଡି ରୁ ଗ୍ୟାସ ଲିକ ହେବାରୁ ସେମାନେ ଅଚେତ ହୋଇ ପଡ଼ିଥିଲେ । ଜଣେ କବାଟ ଖୋଲି ବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶ୍ଵାସ ରୁଦ୍ଧ ହୋଇ କବାଟ ନ ଖୋଲି ପାରି ଫେନ୍ ତାର ଝିକି ହୋଈ କବାଟ ନିକଟରେ ମୃତ୍ୟୁ ବରଣ କରିଥିଲେ । ଅନ୍ୟ ଦୁଇଜଣ ମଝି ଘରେ ମୃତ ବରଣ କରିଥିଲେ I ଘଟଣା ରୁ ପ୍ରକାଶ ସକାଳୁ ମାଲିକ୍ ବହୁ ବାର ଫୋନ୍ କରିବା ସହ କବାଟ ପିଟିଥିଲେ କେହି ଖୋଲି ନଥିବାରୁ ସନ୍ଦେହ କରି ଅଗ୍ନିଶମ ବାହିନୀ କୁ ଓ ଥାନା କୁ ସୁଚନା ଦେବା ପରେ ଘଟଣାସ୍ଥଳେ ମୋହନା ଥାନା ଅଧିକାରୀ ଙ୍କ ଉପସ୍ଥିତ ରେ ଅଗ୍ନିଶମ ବିଭାଗ କର୍ମଚାରୀ କବାଟ ଭାଙ୍ଗି ଭିତରେ ଦେଖିବା ବେଳେ ଅଚେତ୍ ହୋଇ ପଡ଼ିଥିବା ତିନି ଜଣ ଙ୍କୁ ଅଗ୍ନିଶମ ଗାଡ଼ି ଓ ୧୨୨ଗାଡ଼ି ରେ ମୋହନା ମେଡ଼ିକାଲରେ ଭର୍ତି କରିଥିଲେ । କିନ୍ତୁ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ପହଂଚି ମୃତ ଦେହ ଜବତ କରି ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସ୍ଥଳରେ ତଦନ୍ତ ଅରମ୍ଭ କରିଛି । ଘର ଭିତରେ ଚାଉମିନ ଶୁଖାଇବା ପାଇଁ ବ୍ୟବହୃତ ହେଉଥିବା ହିଟରରୁ ଗ୍ୟାସ ନିର୍ଗତ ହେବାରୁ ଶ୍ଵାସ ରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିବା ଏସଡ଼ିପିଓ ଦିଲିପ କୁମାର ନାୟକ ସୂଚନା ଦେଇଛନ୍ତି । କେଉଁ ପରିସ୍ଥିତି ରେ ଚାଉମିନ ଫ୍ୟାକ୍ଟେରୀ ଚାଲିଥିଲା । ଫ୍ୟାକ୍ଟେରୀ ଲାଇସେନ୍ସ କିମ୍ବା ନିରାପତା ବ୍ୟବସ୍ତା ରହିଥିଲା କି ନାହିଁ । ସେ ସମ୍ପର୍କରେ ପୋଲିସ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ ମୃତକ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ୍କ୍ରକସ ପାଣ୍ଠିରୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ଘଟଣା ସ୍ଥଳରେ ଗଜପତି ଏସପି, ଜୟରାମ ଶତପଥି ଉପଜିଲ୍ଲାପାଳ ଆଲୋକ ପ୍ରଦାନ, ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା ପହଂଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଅନ୍ୟପଟେ ପାରଳାଖେମୁଣ୍ଡିରୁ ସାଇନ୍ସଟିଫିକ ଟିମ ପହଂଚି ଘଟଣାର ତଦନ୍ତ କରି ପ୍ରଥମିକ ତଦନ୍ତ ରୁ ଯାହା ଅନୁମାନ କରାଯାଉଛି ଘର୍ ଟି ଅନୌଶରିୟ ଥିବା ଶହ ଭେଣ୍ଟଲେଶନ ନଥିବାରୁ ଅମ୍ଳଜାନ ନ ପାଇ ନିଃଶ୍ୱାସ ରୁନ୍ଧି ହୋଇ ମୃତ ବରଣ କରିଛିନ୍ତି I ସେପଟେ ଦୁକାନ ଟି ର କାଗପତ୍ର ଥିଲା କି ନାହିଁ ଏବଂ କିଭଳି କିଛି ସେଫଟି ସାମଗ୍ରୀ ନଥାଇ କିଭଳି ଖୋଲା ଯାଇଥିଲା ଫେକ୍ଟ୍ରୀ ତାହା ଏବେ ପ୍ରଶ୍ନ ଉଙ୍କି ମାରୁଛି ଏହି ଖବର ଶୁଣି ମେଡିକାଲ ପରିସୂରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି I


