ଅନଲାଇନରେ ସାମଗ୍ରୀ ବିକ୍ରିକୁ ବିରୋଧ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଅଧୁନା ଇଣ୍ଟରନେଟ୍ ଯୁଗରେ ସମସ୍ତ ସାମଗ୍ରୀ ଜନସାଧାରଣ ହାତ ପାହାନ୍ତରେ ନିଜର ମନମୁତାବକ ପାଇବାକୁ ଅନଲାଇନ ଉପରେ ନିର୍ଭର କରିଥାନ୍ତି । ଫଳରେ ନିଜର ମନମୁତାବକ ସାମଗ୍ରୀ ପାଇବା ସହ କେତେକ କ୍ଷେତ୍ରରେ ସାଧାରଣ ବଜାର ଅପେକ୍ଷା କିଛି ମାତ୍ରା ରେ କମ ଦରରେ ପାଇଥାନ୍ତି ଅନଲାଇନରେ । ଫଳରେ ସାଧାରଣ ବ୍ୟବସାୟୀ ମାନେ କ୍ଷତିର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଆସୁଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଶୋରୁମ୍ କରିବା ସହ ଆବଶ୍ୟକିୟ କର୍ମଚାରୀ ରଖି ମାସିକ ଲକ୍ଷାଧିକ ଟଙ୍କାଖର୍ଚ୍ଚ କରୁଥିବା ମାଲିକ ମାନେ ବର୍ତ୍ତମାନ ସାଧାରଣ ବ୍ୟବସାୟ ପ୍ରତି ବିମୁଖ ହେଉଥିବା ଦେଖିବାକୁ ମିଳୁଛି । ଦୈନିକ ଯୁବପିଢି ମାନେ ଅନଲାଇନ କାରବାର ପ୍ରତି ଆକୃଷ୍ଟ ହେବା ଫଳରେ ଅନଲାଇନ ମାଲିକ ଓ ସାମଗ୍ରୀ ତିଆରି କରୁଥିବା କମ୍ପାନୀ ମାନେ ସିଧାସଳଖ ଫାଇଦା ପାଉଛନ୍ତି ।ଏହା କୁ ବିରୋଧ କରି ବୁଧବାର ଦିନ ସର୍ବ ଭାରତୀୟ ସ୍ତରରେ ଏଆଇଏମଆରଏ ଓ ସିଏଆଇଟି ର ମିଳିତ ଡାକରାରେ ସମସ୍ତ ମୋବାଇଲ ଓ ଇଲୋକ୍ଟ୍ରୋଟିନ କାରବାର କରୁଥିବା ବ୍ୟବସାୟୀ ସଂଘ ଦୋକାନ ବନ୍ଦ କରି ପ୍ରଦିବାଦ କରିଥିଲେ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ଋତୁରେ ବ୍ୟବସାୟ ମାନେ ୪୦ ପ୍ରତିଶତରୁ ଅଧିକ ବ୍ୟବସାୟୀକ ହାର କମିଥିବା ଅଭିଯୋଗ କରିଛନ୍ତି । ଫଳରେ ବହୁ ବ୍ୟବସାୟୀ ନିଜର ବ୍ୟବସାୟରେ କ୍ଷତିର ସମ୍ମୁଖିନ ହେବା ସହ କର୍ମଚାରୀ ଛଟେଇ କରିଥିବା ବେଳେ କେତେକ ବ୍ୟବସାୟୀ ନିଜର ବ୍ୟବସାୟ ବନ୍ଦ କରିଥିବା ଅଭିଯୋଗ ହୋଇଛି । ଏଥିପ୍ରତି କେନ୍ଦ୍ର ସରକାର ଓ ସାମଗ୍ରୀ ତିଆରି କରୁଥିବା କମ୍ପାନୀ ମାନେ ଅନଲାଇନ ବ୍ୟବସାୟ ପ୍ରତି ଗୁରୁତ୍ୱ ନଦେଇ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଉତ୍ସାହିତ କରିବା ସହ ସହଯୋଗ କରିବା ନିମନ୍ତେ ଦାବି କରିଥିଲେ । ଏହି ଧାରାରେ ବ୍ରହ୍ମପୁର ସହରରେ ପ୍ରମୁଖ ମୋବାଇଲ ଓ ଇଲୋକ୍ଟ୍ରନିକ ବ୍ୟବସାୟୀ ମାନେ ବ୍ରହ୍ମପୁର ମୋବାଇଲ ଓ ଟ୍ରେଡର ଆସୋସିଏସନ ନାମରେ ନୂତନ ଏକ ସଂଘ କରିବା ସହ ପ୍ରଦିବାଦ କରିଥିଲେ । ଏଥିରେ ସଭାପତି ଭାବେ ଶିବଶଙ୍କର ଭୂୟାଁ , ସଂମ୍ପାଦକ ଭାବେ ମନୋଜ ରାଉତ , ପଦ୍ମଚରଣ ଜେନା , ଅନିଲ କୁମାର ମହାନ୍ତି ଓ ପ୍ରଶାନ୍ତ କୁମାର ସୁବୁଦ୍ଧି କର୍ମକର୍ତ୍ତା ଭାବେ ମନୋନୀତ ହୋଇଥିବା ବେଳେ ସଂଘର ଶତାଧିକ ସଦସ୍ୟ ନିଜ ନିଜର ବ୍ୟବସାୟ ସ୍ଥଳି ବନ୍ଦ କରି ପ୍ରତିବାଦ କରିବା ସହ ସାମଗ୍ରୀ ତିଆରି କରୁଥିବା କମ୍ପାନୀ ଓ ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ ।
ବିଲୁଆ ବିଚାର. ପ୍ରତିଯୋଗିତାକୁ ସମସ୍ତେ ଆସନ୍ତୁ. ଗ୍ରାହକ କମ ଦରରେ ଭଲ ଜିନିଷ ଚାହେଁ. ଆଉ କେତେଦିନ ଲାଭ ମାରି ଖାଉଥିବେ.