ମା’କୁତାମଚଣ୍ଡୀ ହେଲ୍ପ କ୍ଲବ ପକ୍ଷରୁ ବନ ମହୋତ୍ସବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଗଂଗଦାସ୍ଥିତ ମଝିପଡା ମା’କୁତାମଚଣ୍ଡୀ ହେଲ୍ପ କ୍ଲବ ତରଫରୁ ବନ ମହୋତ୍ସବ ଗୁରୁବାର ପାଳିତ ହୋଇଯାଇଛି । ହେଲ୍ପ କ୍ଲବର ସଭାପତି ଲିଙ୍ଗରାଜ ସାହୁଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓୟୁଏଟିର ଏନଏସଏସ ବିଭାଗର ପୂର୍ବତନ ପ୍ରଶିକ୍ଷଣ ସଂଯୋଜକ ତଥା ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ ଯୋଗ ଦେଇ ଗଛ ବଂଚିଲେ ଜୀବଜଗତ ବଂଚି ରହିବେ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ସମାଜସେବୀ ଛବିନ୍ଦ୍ର ବେହେରା, ବାଲିମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜ୍ଞାନ ଭୂଷଣ ପରିଡା ପ୍ରମୂଖ ଯୋଗ ଦେଇ ବନ ମହୋତ୍ସବ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । କ୍ଲବର ସଦସ୍ୟମାନେ ପ୍ଲା’କାର୍ଡ ଧରି ବୃକ୍ଷରୋପଣ ଉପରେ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ । କ୍ଲବର ସଂପାଦକ ନୃସିଂହ ମହାରଣା, କୋଷାଧ୍ୟକ୍ଷ ପବିତ୍ର କୁମାର ମହାରଣା, ସମାଜସେବୀ ବିବେକାନନ୍ଦ ବାରିକ, ଅଶୋକ କୁମାର ବାରିକ, ଶିବଚରଣ ଜେନା, ମନୋଜ ଦାସ, ନିର୍ମଳ କୁମାର ସାହୁ, ବିର ପୃଷ୍ଟି, ମନୋଜ ବାରିକ, ଶୁଭ୍ରାଂଶୁ ମହାରଣା, ସୁଧାକର ଜେନା, ପ୍ରଭାତ ସାହୁ, ବ୍ରହ୍ମାନନ୍ଦ ନାୟକଙ୍କ ସମେତ ଅନ୍ୟ ସଦସ୍ୟମାନେ ସାମିଲ ହୋଇ ବାଲିମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଓ କୋରୁଅ ପଂଚାୟତ କାର୍ଯ୍ୟାଳୟରୁ ବାଲିଗାଁକୁ ସଂଯୋଗ କରୁଥିବା ରାସ୍ତା ପାଶ୍ୱର୍ରେ ବିଭିନ୍ନ କିସମର ଚାରାରୋପଣ କରିଥିଲେ ।


