ମନରେଗା ଯୋଜନାରେ କାମ କରି ମଜୁରୀ ପାଉ ନାହାନ୍ତି ଶ୍ରମିକ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ହେଉଥିବା ମନରେଗା ଯୋଜନାରେ କାମ କରି ଶ୍ରମିକ ମାନେ ମାସ ମାସ ଧରି ମଜୁରୀ ପାଉ ନଥିବା ଅଭିଯୋଗ ହୋଇଛି । ଯାହା ଦେଖିବାକୁ ମିଳିଛି ଜମ୍ଭୀରା ପଞ୍ଚାୟତ ସୁନ୍ଦରାପାଳର ଲାଖବିନ୍ଧା ଗ୍ରାମରେ । ଏହି ଗ୍ରାମରେ ୩୦ରୁ ଉର୍ଦ୍ଧ ଶ୍ରମିକ ଆଜକୁ ଦେଢ଼ ମାସ ହେଲା ଜଂଗଲ ବିଭାଗ ତରଫରୁ ହେଉଥିବା ବିଭିନ୍ନ ମନରେଗା କାର୍ଯ୍ୟରେ ନିୟୋଜିତ ହୋଇ କାମ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ମଜୁରୀ ମିଳି ପାରୁନି । ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ମଜୁରୀ ନପାଇବାରୁ ଭୋକ ଉପାସରେ ଦିନ କାଟୁଥିବା କହିଛନ୍ତି । ଆଜି ଗ୍ରାମର ନବଘନ ନାଇକ, ଅଲେଖ ନାଇକ, ଦୟାନିଧି ନାଇକ, କୁନା ନାଇକ, ହରିହର ନାଇକ, କାହ୍ନୁ ଖଣ୍ଡେଇ, ସରୋଜ ଖଣ୍ଡେଇ, ତାପସ ନାଇକ, ପ୍ରମୁଖ ଏ ସମ୍ପର୍କରେ ବିଡିଓଙ୍କୁ ଭେଟି ଅଭିଯୋଗ ଜଣାଇବାକୁ ଆସିଥିଲେ । ସେମାନଙ୍କ କହିବାକଥା ଯେ ଅନ୍ୟ ଗ୍ରାମର ଲୋକମାନେ ତାଙ୍କ ସହିତ କାମ କରୁଥିବା ବେଳେ ସେମାନେ ମଜୁରୀ ପାଇଲେଣି । କିନ୍ତୁ ଲାଖବିନ୍ଧା ଗ୍ରାମର ଶ୍ରମିକ ମାନଙ୍କୁ ମିଳୁନାହିଁ । ଜିଆରଏସ କହୁଛନ୍ତି ଯେ ଆଉ ଥରେ ତୁମେ ମାନେ ବ୍ୟାଙ୍କକୁ ଯାଇ ନୁଆ ପାସବୁକ ଖୋଲ । କିନ୍ତୁ ଏହି ଶ୍ରମିକ ମାନଙ୍କର ବ୍ୟାଙ୍କ ଜମାଖାତା ଥିବାବେଳେ ପୁନର୍ବାର କାହିଁକି ଜମାଖାତା ଖୋଲିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ବିଡିଓ ତୁରନ୍ତ ଏହି ଶ୍ରମିକ ମାନଙ୍କ ସମସ୍ୟାକୁ ଉପଲବଧିକରି  ସେମାନଙ୍କର ସମସ୍ୟା ସମାଧାନ କରିବାପାଇଁ ଶ୍ରମିକମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ