ହିଞ୍ଜିଳିକାଟୁ ପୌରାଂଚଳ ହେବ ପ୍ରଥମ ଡ଼ଷ୍ଟବିନମୁକ୍ତ ସହର

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍ /ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଂଚଳ ତଥା ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ହିଞ୍ଜିଳିକାଟୁ ସହରକୁ ସ୍ୱଛ, ସୁନ୍ଦର କରିବା ପାଇଁ ପ୍ରଶାସନିକସ୍ତରରେ ବ୍ୟପକ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ବିଭିନ୍ନ ଅଂଚଳରେ କଠିନ ବଗ୍ୟବସ୍ତୁର ସଠିକ ପରିଚାଳନା ସକାଶେ ଗୁରୁତ୍ୱାରୋପ କରାଯାଉଛି । ସ୍ଥାନୀୟ ପୌରାଂଚଳକୁ ମଡ଼େଲ ଭାବେ ନିଆଯାଇ ରାଜ୍ୟର ପ୍ରଥମ ଡ଼ଷ୍ଟବିନମୁକ୍ତ ସହର ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ କହିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ ମୁତାବକ ହିଞ୍ଜିଳିକାଟୁ ପୌରାଂଚଳର ବିଭିନ୍ନ ୱାର୍ଡ଼ରୁ ଡ଼ଷ୍ଟବିନ୍ ଉଛେଦ କରାଯିବ । ପ୍ରତ୍ୟେହ ଆର୍ବଜନା ସଂଗ୍ରହ ସକାଶେ ପୌରପରିଷଦ ପକ୍ଷରୁ ପ୍ରତି ୱାର୍ଡ଼ରେ ୨ରୁ ୩ ଥର ଆର୍ବଜନା ସଂଗ୍ରହ ଗାଡ଼ି ବୁଲିବ । ପୌରାଂଚଳର ସମସ୍ତ ୱାର୍ଡ଼ରୁ ସମସ୍ତଘରୁ ଆର୍ବଜନା ସଂଗ୍ରହ କରାଯାୁଛି କି ନାହିଁ, ସେ ନେଇ ସ୍ୱଛ ସାଥୀ, ସୁପରଭାଇଜର ମାନେ ତଦାରଖ କରିବେ । ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ବିଛିନ୍ନ କରଣ ପକ୍ରିୟାରେ ସଂଗ୍ରହ କରାଯିବା ୁପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବ । ଏ ନେଇ ଆଇନ ଅବମାନନା କରୁଥିବା ସଂପୃକ୍ତ ପରିବାରଙ୍କୁ ପୌରପରିଷଦ ପକ୍ଷରୁ ସର୍ତକତା କରାଯିବା ସହ ପର୍ଯ୍ୟାୟ କ୍ରମେ ଜୋରିମାନା ଆଦାୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସହରର ମୁଖ୍ୟ ରାସ୍ତା ଓ ନିକଟବର୍ତି ପରିବେଷକୁ ସ୍ୱଛ ରଖିବା ସକାଶେ ଗୁରୁତ୍ୱାରୋପ କରାଯିବ । ଘଟଣା ନେଇ ପୌର କର୍ମଚାରୀ ମାନେ ଏହାର ନିୟମିତ ତଦାରଖ କରିବାକୁ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପୌରାଂଚଳକୁ ସମ୍ପୂର୍ଣ୍ଣ ପଲିଥିନ୍‌ମୁକ୍ତ କରାଯିବ । ଯେଉଁ ବ୍ୟବସାୟୀ ମାନେ ଏହାକୁ ଉଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୌରାଂଚଳକୁ ସ୍ୱଛ, ସୁନ୍ଦର କରିବା ସହ ପଥଚାରୀ ଓ ଜନସାଧାରଣଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ଶ୍ରମ ଲାଘବ ସକାଶେ ସହରର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚେୟାର ରଖାଯିବାରେ ବ୍ୟବସ୍ଥା କରାଯିବ ଏବଂ ଅନ୍ୟାନ ଆଧୁନିକ ସୁବିଧା ଯୋଗାଇ ଦେବାକୁ ପୌର ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ