ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ : ଯୁବକ କୋର୍ଟଚାଲାଣ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍ /ଶେଷଦେବ ସାହୁ): ହିଞ୍ଜିଳି ଥାନା ଅଂଚଳରେ ବୁଧବାର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହ ଟଣାଓଟଣା କରିବା ଅଭିଯୋଗରେ ହିଞ୍ଜିଳି ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ସଂପୃକ୍ତ ଗ୍ରାମର ସନ୍ତୋଷ ନାୟକ (୨୫) । ଏ ନେଇ ଥାନାରେ ନଂ-୩୨୪/୧୯ରେ ଏକ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ହିଞ୍ଜିଳି ଥାନା ଅଂଚଳରେ ଜଣେ ନାବାଳିକା ରବିବାର ପୂର୍ବାହ୍ନରେ ଟିୟୁସନ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଗ୍ରାମ ଛକ ନିକଟରେ ନାବାଳିକାଙ୍କୁ ଏକୁଟିଆ ଦେଖି ଯୁବକ ଜଣକ ଅଶ୍ଳୀଳ ଇଙ୍ଗିତ କରିବା ସହ ଟଣାଓଟରା କରିଥିଲା । ଉକ୍ତ ସମୟରେ ନାବାଳିକାଙ୍କ ସାନଭାଇ ସେହି ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଘଟଣା ଜାଣିପାରି ଯୁବକଙ୍କୁ ଘଟଣା ବିଷୟରେ ପଚାରିବାରୁ ଯୁବକ ଜଣକ, ନାବାଳିକାଙ୍କ ଭାଇକୁ ମାଡ଼ ମାରିଥିଲେ । ଘଟଣା ନେଇ ନାବାଳିକା ପରିବାର ସଦସ୍ୟଙ୍କୁ ଜଣାଇବା ପରେ ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୋଲିସ ସଂପୃକ୍ତ ଗ୍ରାମରେ ପଂହଚି ଯୁବକଙ୍କୁ ଗିରଫ କରିଛି ।


