ଜିଲ୍ଲାପାଳଙ୍କ ଦ୍ୱାରା ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ବଣ୍ଟନ
ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ରଙ୍କ ଦ୍ୱାରା ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି । ଜିଲ୍ଲାପାଳ ଓ ଏସପି ଜନ ଅଭିଯୋଗ ଶୁଣାଣିକୁ ଆସିଥିବାବେଳେ ସେଠାରେ ୩ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିବାବେଳେ ଜଣେ ଶିଶୁକୁ ହୁଇଲ ଚେୟାର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ହାଟଡିହି ବ୍ଲକର ବିଡିଓ ବିଚିତ୍ର କୁମାର କର, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିବାବେଳେ ସାମାଜିକ ସୁରକ୍ଷା ବିଭାଗର କିରାଣୀ ଅବିନାଶ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


