ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୭୬ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସ୍ଵାଧୀନତା ଦିବସକୁ ଶାନ୍ତିଶୃଙ୍ଖଳା ସହ କୋଭିଡ ନିୟମ ମାନି ପାଳନ କରିବାକୁ କହିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ଦିବସ ପାଳନର ବିବରଣୀ ପାଠ କରିଥିଲେ।ଦିବସ ପାଳନ ଅବସରରେ ୧୪.୮. ୨୦୨୨ ମଧ୍ୟରାତ୍ରରେ ଦେଶାତ୍ମବୋଧକ ଧ୍ଵନି ଦେଇ ମଶାଲ ଶୋଭାଯାତ୍ରା,୧୫.୮.୨୦୨୨ ସକାଳ ୪.୩୦ ମି ସମୟରେ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ୍ ପରିବେଷଣ, ସକାଳ ୬.୦୦ ଘ ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ଵାରା ପ୍ରଭାତ ଫେରି ଓ ସହରରେ ଅବସ୍ଥାପିତ ମହାପୁରୁଷ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ,ସକାଳ ୭.୩୦ ମି ସମୟରେ କୋଭିଡ ନିୟମ ମାନି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ,ସକାଳ ୯.୧୫ ମି ସମୟରେ ଲାଲ ବାହାଦୁର ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ଓ ଜାତି ଉଦ୍ଦେଶ୍ୟରେ ଉଦବୋଧନ କରାଯିବ । ଚଳିତବର୍ଷ ମଧ୍ୟ କୋଭିଡ ନିୟମ ମାନି କେବଳ ସୁରକ୍ଷା ବାହିନୀ ବ୍ୟତୀତ କୌଣସି ବିଦ୍ୟାଳୟ/ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ପ୍ୟାରେଡ ରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯାଇନାହିଁ । ଡି ଇ ଓ,କଳାହାଣ୍ଡି ଙ୍କ ଦ୍ଵାରା ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଦ୍ଵାରା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବକ୍ତୃତା ଓ କୁଇଯ ପ୍ରତିଯୋଗିତା ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ। ଦାତା ଅନୁଷ୍ଠାନ ଦ୍ଵାରା ସଦର ଡାକ୍ତରଖାନା ର ଶିଶୁ ୱାର୍ଡ ,ଜେନେରାଲ ୱାର୍ଡ,ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ,ଶିଶୁ ଭାରତୀ ଅନାଥଶ୍ରମ ,କାରାଗାରରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ।ସେଭଳି ବିଭିନ୍ନ ସଂଘ ,ଅନୁଷ୍ଠାନ ଓ ବ୍ୟକ୍ତିବଶେଷଙ୍କଦ୍ଵାରା ୧୦ ମ ବୋର୍ଡ଼ ଓ ୧୦+୨ ବୋର୍ଡ ବି ଏସ୍ ଇ,ସି ବି ଏସ୍ ଇ ଓ ଆଇ ସି ଏସ୍ ଇ ,ସି ଏଚ ଏ ଇ ମାଧ୍ୟମରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର/ ଛାତ୍ରୀଙ୍କୁ ପୁରସ୍କୃତ କରାଯିବ।ଏହି ଅବସରରେ ବାଲୁଙ୍କେଶ୍ୱର ମନ୍ଦିର ଟ୍ରଷ୍ଟ ଦ୍ଵାରା ରକ୍ତ ଦାନ ଶିବିର ର ଆୟୋଜନ କରାଯିବ । ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ବାରିକାଡ଼ିଂ, ଟେଣ୍ଟ , ସଫେଇ ,ପାନୀୟ ଜଳ,ପ୍ରାଥମିକ ଚିକିତ୍ସା , ଶାନ୍ତି ଶୃଙ୍ଖଳା,ପତାକା ମଞ୍ଚର ସୌନ୍ଦର୍ଯ୍ୟକରଣ , ପ୍ରତିମୂର୍ତ୍ତି ସ୍ଥଳ ରଙ୍ଗ ଓ ସଫେଇ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀ ସୁଶାନ୍ତ ପଟେଲ,ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା , ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସହରର ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ