ଜାତୀୟ ସ୍ତରୀୟ ଟ୍ରେନର ରୂପେ ସ୍ୱିକୃତି ମଳିଲା ଗାୟତ୍ରଙ୍କୁ

ଯାଜପୁର- ରସୁଲପୁର ବ୍ଲକର ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଇକୋକ୍ଲବ ଇନ୍‌ଚାର୍ଜ ଗାୟତ୍ରୀ ନାୟକଙ୍କୁ ଭାରତ ସରକାରଙ୍କ ପରିବେଶ, ଗଙ୍ଗଲ ଓ ଜଳବାୟୁ ପରିବର୍ତନ ନିର୍ଦ୍ଦେଶାଳୟର ତରଫରୁ ନୂଆ ଦିଲ୍ଲୀସ୍ଥିତ ଇନ୍ଦିରା ପର‌୍ୟାବରଣ ଭବନର ବ୍ରହ୍ମପୁତ୍ର କନ୍‌ଫ୍ରେନ୍‌ସ ହଲରେ ଗତ ୧୮ ଓ ୧୯ତାରିଖ ଦୁଇଦିନ ଦରି ଟ୍ରେନ ଦି ଟ୍ରେନର ୱାର୍କସପରେ ଜାତୀୟ ସ୍ତରୀୟ ଗ୍ଲୋବାଲ ଟ୍ରେନର ରୂପେ ସ୍ୱିକୃତି ପ୍ରଦାନ କରାଯାଇଥିଲା । ନାସା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମକୁ ଏନ ଏସ ଏଫ , ଏନ ଓ ଆର ଏ, ଦ୍ୱୟ ସଂସ୍ଥା ସହାୟତା କରିଥିଲେ । କୁମାରୀ ଗାୟତ୍ରୀ ନାୟକ ରସୁଲପୁର ବ୍ଲକ ଅନ୍ତର୍ଗତ , ନରସିଂହପୁର ପଂଚାୟତ ସ୍ଥିତ ହରିପୁର ଗ୍ରାମର ଅକ୍ଷୟ କୁମାର ନାୟକଙ୍କ କନ୍ୟା ଅଟନ୍ତି । ସାରା ଜୀବ ଅବିବାହିତ ରହି ପେଶାରେ ଶିକ୍ଷକ ହେଲେ ବି ସମାଜରେ ସେବାମୂଳକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଛନ୍ତି । ପରିବେଶ ସୁରକ୍ଷା ତାଙ୍କର ଜୀବନର ମହାମନ୍ତ୍ରରୂପେ ଧରିନେଇଛନ୍ତି । ତାଙ୍କର ପ୍ରଚେଷ୍ଠାରେ ହରିପୁର ପ୍ରାଥମିକ ବିଦ୍ୟାଳୟ ସୁନ୍ଦର ପରିବେଶ ପାଇଁ ସରକାରଙ୍କ ତରଫରୁ ପୁରସ୍କୃତ ହୋଇପାରିଛି । ଓଡିଶାରୁ ଏହି ଗ୍ଲୋବାଲ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ତାଙ୍କର ପରିବେଶ ସୁରକ୍ଷାତ୍ମକ କାର୍ଯ୍ୟଧାରା ପାଇଁ, କାର୍ଯ୍ୟକ୍ରମରେ ଉପସ୍ଥିତ ଆର୍ କେ ଗର୍ଗ, ପ୍ରଫେସର ଦେଶମୁଖ , ପ୍ରଫେସର ବିଶାନ୍ତ ଅଧିକ କିଛି ତାଲିମ ପ୍ରଦାନ କରିବା ସହ ଭାରତର ପରିବେଶ, ଗଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗୀୟ ମନ୍ତ୍ରୀଙ୍କ ତରଫରୁ ଯୁଗ୍ମ ସଂପାଦକ ଅରବିନ୍ଦ ନ୍ୟାତିଆଲ ଏବଂ ନିର୍ଦ୍ଦେଶକ ଡ. ଟୋନି , ଡ. ପି ମରଫେ, କୁମାରୀ ନାୟକଙ୍କୁ ପ୍ରମାଣ ପତ୍ର ସହ ଅନୁଷ୍ଟାନରେ ଯୋଗଦାନ କରିଥିବାରୁ ସ୍ୱାଗତ କରିଥିଲେ । ଶିକ୍ଷୟିତ୍ରୀ ଙ୍କ ଏହି ସଫଳତା ପାଇଁ ସମଗ୍ର ଯାଜପୁର ଜିଲ୍ଲା ସମେତ ଜୋନାଲ ଜିଲ୍ଲାସ୍ତରରେ ଆନନ୍ଦର ଲହରୀ ଖେଳି ଯାଇଛି । ଅନୁଷ୍ଠାନର ପୁରାତନ ଛାତ୍ର ଛାତ୍ରୀ, ଛାତ୍ର ଛାତ୍ରୀ ଙ୍କ ସମେତ, ରାଜ୍ୟପାଳ ପୁରସ୍କୃତ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅନୁଷ୍ଟାନର ଉପେଦଷ୍ଠା ଅଜୟ କୁମାର ମହାନ୍ତି ,ନୂଆ ଆଲୋକ ସଂଗଠନର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି, ସଭାପତି ଶରତ କୁମାର ଜେନା, କୋଷାଧ୍ୟକ୍ଷ ସନାତନ ବରାଳ, ଉପସଭାପତି ବଳଦେବ ଦାସ, ଗଣେଷ ସାହୁ , ଗୋପାଳ ସାମଲ ,ଅଶୋକ ନାୟକ, ବିରଂଚି ପଣ୍ଡା, ସନ୍ତୋଷ ମହାପାତ୍ର, ଶିବ ପ୍ରସାଦ ବରାଳ, କୁମାରୀ ବନସ୍ମିତା, ପ୍ରମିଳା ନାୟକ ପ୍ରମୁଖ ସ୍ୱାଗତ ସଂବର୍ଦ୍ଧନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ