ତାଳ ପଡି ଯୁବକ ଗୁରୁତର

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବିଷ୍ଣୁପୁର ପଞ୍ଚାୟତ ଚିଙ୍ଗୁଡ଼ିପୁର ଗ୍ରାମର ଜନୈକ ଯୁବକଙ୍କ ଉପରେ ତାଳ ପଡିଯିବାରୁ ସେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଗ୍ରାମର ବାଉଲି ନାୟକଙ୍କ ପୁଅ ଖଗେଶ୍ୱର(୩୫) ଆଜି ସକାଳୁ ଚାଷ ଜମିକୁ କାମ କରିବା ପାଇଁ ଯାଇଥିଲେ। ସେଠାରୁ କାମ ସାରି ଘରକୁ ଖାଇବା ପାଇଁ ଆସୁଥିବା ବେଳେ ଗାଁ ନିକଟ ଗୋପେଇ ବଣରେ ଏକ ପାଚିଲା ତାଳ ତାଙ୍କ ମୁଣ୍ଡ ଉପରେ ପଡିଥିଲା। ଏଥିରେ ସେ ଗୁରୁତର ଆହତ ହେବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ସ୍ଥିର ଥିବା ବେଳେ ସରପଞ୍ଚ ଅମୂଲ୍ୟ ନାୟକ ମେଡିକାଲରେ ପହଞ୍ଚି ଗୁରୁତରଙ୍କ ଅବସ୍ଥା ପଚାରି ବୁଝିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ