ବୁଗୁଡା ପିପୁଲସ କଲେଜର ୪୫ ତମ ପ୍ରତିଷ୍ଠା ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗୋଟିଏ ଅନୁଷ୍ଠାନ ସକାଶେ ତାହାର ସ୍ଥାପନ ଦିବସ ଅନେକ ମହତ୍ତ୍ୱ ରଖେ, କାରଣ ଗୋଟିଏ ଅନୁଷ୍ଠାନର ସ୍ଥାପନାବେଳେ ଅସୁମାରୀ ସମ୍ଭାବନା, ମହୀୟାନ ଆଦର୍ଶ, ଏବଂ ଅନେକ ପ୍ରଗତି ପୂର୍ଣ୍ଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ବୀଜ ବପନ ହୋଇଥାଏ। ନିଜର ମହାନ ଆଦର୍ଶ, ଲକ୍ଷ୍ୟ ଓ ଉଦ୍ଦେଶ୍ୟର ପୁନଃ ବିଚାର କରି ଭବିଷ୍ୟତର କର୍ମପନ୍ଥାକୁ ପରିଚାଳିତ କରିବା ପାଇଁ ସ୍ଥାପନ ଦିବସ ଅନୁଷ୍ଠାନର ପ୍ରତ୍ୟେକ ଅଂଶୀଦାରକୁ ପ୍ରେରଣା ଦେଇଥାଏ। ଏହିପରିପ୍ରେକ୍ଷୀରେ ଜୁଲାଇ ୩୦ ତାରିଖ ଦିନ ସ୍ଥାନୀୟ ପିପୁଲ୍‌ସ୍ ମହାବିଦ୍ୟାଳାୟରେ ଖୁବ୍ ଧୁମ୍‌ଧାମ୍‌ରେ ଅନୁଷ୍ଠାନର ୪୫ ତମ ସ୍ଥାପନ ଦିବସ ପାଳିତ ହୋଇଥିଲା। ଏକ ଛୋଟିଆ ଅଙ୍କୁର ଭିତରେ ଏକ ବିରାଟ ଦୃମର ସମ୍ଭାବନା ଲୁଚିରହିଥାଏ, ଏହି ଥିମ୍ କୁ ଆଧାର କରି ଅନୁଷ୍ଠାନର ଯୁବ ରେଡକ୍ରସ ସଂସ୍ଥା(YRC), ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(NCC), ସ୍କାଉଟ(Scout) ଓ ରାଷ୍ଟ୍ରୀୟ ସେବା ଯୋଜନା(NSS)ର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ସକାଳ ୯ ଘଟିକାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବ୍ରତୀ ହୋଇଥିଲେ। ଏହାପରେ ମୁଖ୍ୟ ଅତିଥି ରଜନିକାନ୍ତ ଭଟ୍ଟଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ପିପୁଲ୍‌ସ୍ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ସଭାପତି ଆସନ ଅଳଙ୍କୃତ କରି ସଭାକାର୍ଯ୍ୟ ପ୍ରାରମ୍ଭ କରିଥିଲେ। ସଭାର ପ୍ରାରମ୍ଭରେ ପ୍ରଫେସର ହିମାଂଶୁ ରଥଙ୍କ ପବିତ୍ର ବେଦ ପାଠ ମନନ ଓ ଚିନ୍ତନ ପରିବେଶ ସୃଷ୍ଠି କରିପାରିଥିଲା। ଏହାପରେ ପ୍ରଫେସର ଡ.ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ପ୍ରଭଞ୍ଜନ ମୂନି, ପ୍ରଫେସର ଡ.ଜୟରାମ ବିଷୋୟୀ, ପ୍ରଫେସର ହରେକୃଷ୍ଣ ନାୟକ, ପ୍ରଫେସର ଆତ୍ମପ୍ରକାଶ ନାୟକ, ମୋ କଲେଜ୍ କାର୍ଯ୍ୟକ୍ରମ ସଂଯୋଜନ ସୁସାନ୍ତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଇଣ୍ଟରନାଲ କ୍ବାଲିଟ ଆସୁରେନ୍ସ ସେଲ( IQAC )ସଂଯୋଜକ ପ୍ରଫେସର ପ୍ରଭଞ୍ଜନ ମୂନି ଉପସ୍ଥିତ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ଅନୁଷ୍ଠାନର ସଂକ୍ଷିପ୍ତ ବିବରଣୀ ପଢି ଶୁଣାଇଥିଲେ। ଏହାପରେ ଅତିଥିମାନଙ୍କ ବକ୍ତବ୍ୟରେ ମୁଖ୍ୟତଃ ଅନୁଷ୍ଠାନର ମହାନ ଆଦର୍ଶକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ କିପରି ସଂଘବଦ୍ଧ ଓ ପ୍ରଣୋଦିତ ଅଙ୍ଗୀକାରବଦ୍ଧତାର ଆବଶ୍ୟକତା ରହିଛି ମତ ପ୍ରଦାନ କରିଥିଲେ। ଏହାପରେ ବିଭିନ୍ନ ବିଭାଗରେ ଆନ୍ତଃ ମହାବିଦ୍ୟାଳୟ , ବିଶ୍ୱବିଦ୍ୟାଳୟ , ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ଗୁଡିକରେ ସଫଳତା ପ୍ରାପ୍ତ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ Achiever’s Award ପ୍ରଦାନ କରାଯାଇଥିଲ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରେ ଛାତ୍ର ଛାତ୍ରୀ ମାନେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଶେଷରେ ଡ.ପ୍ରଦୀପ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ