ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ ନିମନ୍ତେ ଏସପିଙ୍କୁ କର୍ମକର୍ତା

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଛତ୍ରପୁରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ତଥା ସଭାପତି ଯୁବ କାଉନସିଲର ଦେବାଶିଷ ମିଶ୍ର ଓ ଟ୍ରଷ୍ଟର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ ଶନିବାର ପୂର୍ବାହ୍ନରେ ସୌଜନ୍ୟ ମୂଳକ ସାକ୍ଷାତ କରି ଟ୍ରଷ୍ଟର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି l ଏହି ଅବସରରେ ଛତ୍ରପୁର ଏନଏସି ଅନ୍ତର୍ଗତ ୯ନଂ ଓ ୧୦ନଂ ରହିଥିବା ଅସହାୟ ବରିଷ୍ଠ ନାଗରିକ ମାନଙ୍କୁ ଚିନ୍ହଟ କରି ପୋଲିସ ପକ୍ଷରୁ ସେମାନଂକୁ ବିଭିନ୍ନ ସେବା ପ୍ରଦାନ କରିବା ନିମନ୍ତେ ଉଭୟ ଏସପିଙ୍କୁ ଅନୁରୋଧ କରିଛନ୍ତି l ଏହା ସହିତ ସେମାନଂକୁ ଛତ୍ରପୁର ଥାନା ପକ୍ଷରୁ ବରିଷ୍ଠ ନାଗରିକ ପରିଚୟ ପ୍ରଦାନ କରିବା ନିମନ୍ତେ ଏସପିଙ୍କୁ କହିଛନ୍ତି l ଏହି ସାକ୍ଷାତ ବେଳେ ଛତ୍ରପୁର ର ଯୁବ ସାମ୍ବାଦିକ ସରୋଜ କୁମାର ସାମଲ ଏବଂ ଟ୍ରଷ୍ଟ ର ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ