କେନ୍ଦ୍ରାପଡା ଜିଲ୍ଲା ଶିକ୍ଷକ ମହାସଂଘ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଶିକ୍ଷକ ମହାସଂଘ ଜିଲ୍ଲା ସମ୍ମିଳନୀ ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ଶିକ୍ଷକ ସଂଗଠନର ସଭାପତି ଡଃ. ଅମୀୟ କୁମାର ମହାନ୍ତି, ରାଜ୍ୟ ଶିକ୍ଷକ ମହାସଂଘର ସଭାପତି ନିକୁଞ୍ଜ କିଶୋର ମହାନ୍ତି, ସାଧାରଣ ସଂପାଦକ ଡଃ. ଦୁଷ୍ମନ୍ତ କୁମାର ନାୟକ, ଶିକ୍ଷକ ସଂଗଠନର ଉପଦେଷ୍ଟା ଅଜୟ କୁମାର ସାମଲ, ମହାସଂଘର ସଂଗଠନ ସମ୍ପାଦକ ଡଃ. ଦିଲ୍ଲିପ କୁମାର ମିଶ୍ର ଓ ଯୁଗ୍ମ ସାଧାରଣ ସମ୍ପାଦକ ଉମାକାନ୍ତ ପାତ୍ର ପ୍ରମୁଖ ଆମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଶିକ୍ଷକ ମହାସଂଘକୁ ଦୃଢୀଭୂତ କରିବା ତଥା ଜାତୀୟ ଶିକ୍ଷାନୀତି-୨୦୨୦ ଶିକ୍ଷା ବ୍ୟବସ୍ଥାକୁ ସମୁଳେ ଧ୍ୱଂସ କରିବା ପରିପ୍ରେକ୍ଷୀରେ ନିଜ ନିଜର ମତ ରଖିଥିଲେ । ମହାସଂଘର ଯୁଗ୍ମ ସମ୍ପାଦକ ରଞ୍ଜିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ନବଘନ ମହାରଣା ସାଙ୍ଗଠନିକ ସମସ୍ୟା ତଥା ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସମ୍ମିଳନୀରେ ଶତାଧିକ ଶିକ୍ଷକ ଉପସ୍ଥିତ ରହି ସ୍ୱକୀୟ ମତ ଉପସ୍ଥାପନ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନବ ନିର୍ବାଚିତ ସଭାପତି ଭାବେ ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, କାର୍ଯ୍ୟକାରୀ ସଭାପତି- ଗୋକୁଳ ଚନ୍ଦ୍ର ରାଉତ, ଉପସଭାପତି- ଡଃ. ସୁଶୀଲ କୁମାର ସାହୁ ଓ ଜ୍ୟୋତିର୍ମୟ ଦାସ, ସମ୍ପାଦକ- ନବଘନ ମହାରଣା, ଯୁଗ୍ମ ସମ୍ପାଦକ- ଡଃ ଦେବକାନ୍ତ ଷଡଙ୍ଗୀ, ରାଜକିଶୋର ନାୟକ ଓ ବସନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ- ଡଃ. ପ୍ରଭାକର ମଲ୍ଲିକ, ଉପଦେଷ୍ଟା- ଅଜୟ କୁମାର ସାମଲ, ଡଃ ଦିଲ୍ଲିପ କୁମାର ମିଶ୍ର ଓ ରଞ୍ଜିତ କୁମାର ଦାସଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଶେଷରେ ଶିକ୍ଷକ ନେତା ରାଜକିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ