ଆଜାଦିକା ଅମୃତ ମହୋତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପାଟି ପଞ୍ଚାୟତ ଗଙ୍ଗାନାରାୟଣପୁର ଗ୍ରାମ ର ମଧୁସୂଦନ ବିଦ୍ୟାପୀଠ ଠାରେ ଆଜି ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ପକ୍ଷରୁ ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଥିଲା। ଆୟୋଜିତ ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୂର୍ଗା ପ୍ରସାଦ ମହାରଣା ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର, ଅମିୟ କୁମାର ପଟ୍ଟନାୟକ, କାଳନ୍ଦୀ ଚରଣ ଛାଟୋଇ, ପ୍ରମାଦ କୁମାର ପୃଷ୍ଟି, ମୁରଲୀ ଧର ସାହୁ ବିଜୟ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଂଗ୍ରାମ ରେ ଅସ୍ତରଙ୍ଗ, କାକଟପୁର ର ଭୂମିକା ସମ୍ପର୍କ ରେ ସବିଶେଷ ଆଲୋଚନା କରିଥିଲେ। ମହାତ୍ମା ଗାନ୍ଧୀ ଙ୍କ ଡାକରା ରେ ଅସ୍ତରଙ୍ଗର କୁହୁଡି ଠାରେ ସଂଗ୍ରାମୀ/ସତ୍ୟାଗ୍ରହୀ ମାନେ କିପରି ଇଂରେଜ ମାନଙ୍କ ଲବଣ ଆଇନ କୁ ଭଙ୍ଗକରି ଲହୁ ଲୁହାଣ ହୋଇଥିଲେ ସେ ସମ୍ପର୍କ ରେ ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ ଓ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲା। ଲବଣ ସତ୍ୟାଗ୍ରହ ଆନ୍ଦୋଳନ ରେ ଉକ୍ତ ଗ୍ରାମ ର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମଧୁସୂଦନ ମିଶ୍ର ଙ୍କ ଭୂମିକା ସମ୍ପର୍କ ରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ଛାତ୍ର ଛାତ୍ରୀ ରଚିତା ରାଣୀ ମହାପାତ୍ର, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ଶୁଭାଶିଷ ବେହେରା ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପ୍ରଥମେ ଅତିଥି ମାନେ ସ୍ୱର୍ଗତ ମଧୁ ବାବୁ ଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତି ଫଳକ ରେ ମାଲ୍ୟାର୍ପଣ କରିଥିଲେ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ମଧୁସୁଦନ ମିଶ୍ରଙ୍କ ଜୀବନି ସମ୍ପର୍କ ରେ ୧ ହଜାର ପୁସ୍ତକ ରଚନା କରାଯାଇ ସମଗ୍ର କାକଟପୁର ନିର୍ବାଚନ ମଣ୍ଡଳୀ ରେ ବିତରଣ କରାଯିବ ବୋଲି ଅତିଥି ଅମିୟ କୁମାର ପଟ୍ଟନାୟକ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ