ରାଜ୍ୟ ସ୍ତରୀୟ ଖେଳ ପାଇଁ ୩ ଖେଳାଳୀ ମନୋନୀତ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ବିଦ୍ୟାଳୟ କ୍ରୀଡାସଂଘ ପକ୍ଷରୁ ଆନନ୍ଦପୁର ଠାରେ ଚାଲିଥିବା ୪୨ତମ ଜିଲ୍ଲାସ୍ତରୀୟ ୧୭ବର୍ଷରୁ କମ ବାଳକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଘସିପୁରା ବ୍ଲକ ଚମ୍ପିୟନ ହୋଇଥିବାବେଳେ ହାଟଡିହି ବ୍ଲକ ରନର୍ସଅପ ହୋଇଛି । କିନ୍ତୁ ଏହି ପ୍ରତିଯୋଗୀତାରେ ସଫଳ କ୍ରୀଡା ପ୍ରଦର୍ଶନ କରିଥିବା ହାଟଡିହି ବ୍ଲକର ୩ଜଣ ଛାତ୍ର ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି । ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରଛାତ୍ର ସାଇନାରାୟଣ ବେହେରା, କିରଣ କୁମାର ଜେନା, ଜ୍ଞାନେନ୍ଦ୍ର କୁମାର ମିଶ୍ର ପ୍ରମୁଖ ତିନିଜଣ ଛାତ୍ର ସେମାନଙ୍କ ଉଚ୍ଚକୋଟ୍ଟୀର କ୍ରୀଡା ପ୍ରଦର୍ଶନ ପାଇଁ ଆସନ୍ତା ୨୭ତାରିଖରୁ ୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିନୁ ମଙ୍କଡ କ୍ରିକେଟ ପ୍ରତୀଯୋଗୀତାକୁ ମନୋନୀତ ହୋଇଛନ୍ତି । ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ଏହି ଛାତ୍ରମାନଙ୍କୁ ଖେଳ ଶିକ୍ଷକ ଶାନ୍ତନୁ କୁମାର ରାଉତ, ପ୍ରମୋଦ କୁମାର ବେହେରା, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ପଦ୍ମନାଭ ପଣ୍ଡା, ନବ କିଶୋର ବିଶ୍ୱାଳ, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପ୍ର୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସେମାନଙ୍କ ସଫଳତା କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ