୧୭ ଦଫା ଦାବି ନେଇ ଏଲଆଇସି ଏଜେଣ୍ଟଙ୍କ ଆନ୍ଦୋଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ବୀମାଧାରୀ ମାନଙ୍କୁ ଅଧିକ ବୋନସ୍ ଦେବା ଓ ସେମାନେ ନେଉଥିବା ଋଣ ଉପରେ ସୁଧ କମାଇବାଇ ସହ ୧୭ ଦଫା ଦାବି ନେଇ ଏଲଆଇଏଏଫଆଇ ର ଜଏଣ୍ଟ ଆକ୍ସନ କମିଟିର ଡାକରାରେ ଛତ୍ରପୁର ଅଂଚଳ ର ଅଭିକର୍ତ୍ତା ସଂଗଠନ ପକ୍ଷରୁ ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଚ୍ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ଅଭିକର୍ତ୍ତା ସଂଗଠନ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି ଆନ୍ଦୋଳନରେ ଭାରତୀୟ ଜୀବନ ବୀମା ନିଗମର ଛତ୍ରପୁର ସଂଗଠନର ସମ୍ପାଦକ ସିମାଂଚଳ ପଟ୍ଟନାୟକ, ଉପଦେଷ୍ଟା ଶଦାଶିବ ପାଣିଗ୍ରାହୀ, ଉପସଭାପତି ଗୋବିନ୍ଦ ରେଡ୍ଡୀ, ସହ ସମ୍ପାଦକ ସୁଶାନ୍ତ କୁମାର ଶତପଥି, କୋଷାଧ୍ୟକ୍ଷ ଭାଷ୍କର ରାଓ, ପ୍ରଫୁଲ୍ଲ ସ୍ୱାଇଁ, ବିନାୟକ ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ରବିନ୍ଦ୍ର ନାଥ ଗୌଡ, ନାରାୟଣ ବେହେରା, ମଙ୍ଗୁଳୁ ଚରଣ ପ୍ରଧାନ, ପଦ୍ମନାଭ ଚୌଧୂରୀ, ନୀଳକଣ୍ଠ ଚୌଧୂରୀ, ସନ୍ତୋଷ କୁମାର ସାହୁ, ପ୍ରମୋଦ କୁମାର ନାୟକ, ସୁଧିରା ଦାସ, ଚନ୍ଦ୍ର ଶେଖର ଶତପଥି, ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


