ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁରର ଟାଉନଛକ ସନ୍ନିକଟ ପଡ଼ିଆରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଧୁମ୍ କ୍ଲବ ତରଫରୁ ୧୦ ମ ବାର୍ଷିକ ଗଣେଶ ପୂଜା ମହାସମାରୋହରେ ପାଳନ କରାଯାଇଛି । ଫାଙ୍କା ମଇଦାନରେ ପେଣ୍ଡାଲ ସଜ୍ଜା ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା ଦର୍ଶକ ବୃନ୍ଦଙ୍କୁ ଆକର୍ଷିତ କରିଥିଲା ।କମିଟି ତରଫରୁ ଖିଚୁଡି ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ଗଣେଶ ବାବାଙ୍କ ଦର୍ଶନ ପାଇଁ ଗହଳି ହୋଇଥିଲା । କାର୍ଯ୍ୟକ୍ରମକୁ ସୂର୍ଯ୍ୟ ପ୍ରକାଶ ଆଠଗରିଆ,ସଂପାଦକ ଏଶ୍ ଶର୍ମା,ଶିବଂ ଅଗ୍ରୱାଲ,ଆୟୂଷ ଯାଦବ,ଆଶୁତୋଷ ଅଗ୍ରୱାଲ, ମୋହିତ ଅଗ୍ରୱାଲ,ଗୌରଭ ରାମ,ଖୋଲୁ ବର୍ମା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ