ମୋହନା ବାଳିକା ବିଦ୍ୟାଳୟରେ ୫୩୪ଜଣ ଦେଲେ ବୃତ୍ତି ପରୀକ୍ଷା
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ୩୯ଟି ପଂଚାୟତରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକର ପଞ୍ଚମ ଓ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଗୁରୁବାର ଦିନ ମୋହନା ବାଳିକା ବିଦ୍ୟାଳୟରେ ବୃତ୍ତି ପରୀକ୍ଷା ଦେଇଛନ୍ତି, ତୃତୀୟ ଶ୍ରେଣୀର ୩୦୧ ଜଣ ପରୀକ୍ଷା ଦେଇଥିବାବେଳେ ପଞ୍ଚମ ଶ୍ରେଣୀରେ ୨୩୩ ଜଣ ପରୀକ୍ଷା ଦେଇଥିବା ଜଣାପଡିଛି, ଏହି ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨, ୩୦ ପରଜ୍ୟାଣ୍ଟ ଚାଲିଥିଲା, କଡା ସୁରକ୍ଷା ମଧ୍ୟରେ ବିଦ୍ୟାଥ୍ରତୀ ମାନେ ପରୀକ୍ଷା ଦେଇଥିଲେ, ଏହି ପରୀକ୍ଷାକୁ ବ୍ଲକ୍ ଶିକ୍ଷଧିକାରୀ କାର୍ଯ୍ୟଳୟର କର୍ମଚାରୀ ଓ ଶି ଆର ସି ମାନେ ପରିଚାଳନା କରିଥିଲେ.


