ଜୁଆ ଆଡ୍ଡା ଉପରେ ଚଢାଉ,୬ ଗିରଫ। ବହୁ ସାମଗ୍ରୀ ଜବତ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ର ବିଷ୍ଣୁପୁର ନିକଟସ୍ଥ କୁଶଭଦ୍ରା ନଦୀ କୂଳରେ ଜୁଆ ଆଡ୍ଡା ଚାଲୁଥିବା ସଂପର୍କ ରେ ଏକ ଖବର ଫଟୋ ସହିତ ଯୁଗାଦ୍ଧ ରେ ପ୍ରକାଶ ପାଇବା ପରେ ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତତ୍ପରତା ପ୍ରକାଶ କରିଛନ୍ତି। କୁଶଭଦ୍ରା ନଦୀ ପଠାରେ ବେଆଇନ ଜୁଆ ଆଡ୍ଡା ଉପରେ ନିମାପଡ଼ା ଓ ଗୋପ ପୋଲିସ ମିଳିତ ଭାବେ ଚଢ଼ଉ କରି ୬ ଜଣ ଜୁଆଡ଼ି ଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୬୯୭୦ ଟଙ୍କା,୨ଟା ଅଟୋ,୫ଟା ବାଇକ ,୫ଟା ସାଇକେଲ,୪ଟା ମୋବାଇଲ ଓ ପାଲି
ରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ନିମାପଡ଼ା ଏସ ଡି ପି ଓ ଦେବାଶିଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଗିରଫ ଜୁଆଡ଼ି ମାନେ ହେଲେ ଗଜେନ୍ଦ୍ର ଜେନା,ସ୍ବାଧୀନ ସେନାପତି, କହ୍ନେଇ ଚରଣ ସେଠୀ,ଅଭିମନ୍ୟୁ ବେହେରା,ରତ୍ନାକର ନାୟକ ଓ ରସାନନ୍ଦ ଲେଙ୍କା। ଅନ୍ୟମାନେ ଘଟଣା ସ୍ଥଳରୁ ପଳାଇଛନ୍ତି। ଆସନ୍ତା କାଲି ସଂପୃକ୍ତ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯିବ।ପୋଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ରଙ୍କ ନିର୍ଦ୍ଦେଶରେ ଗୋପ ଥାନା ଭାରପ୍ରାପ୍ତ ପୋଲିସ ନିରିକ୍ଷକ ସୁନିଲ ପ୍ରଧାନ ଉପରୋକ୍ତ ଚଢ଼ାଉରେ ସାମିଲ ଥିଲେ