ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୨୦୦୬ ମସିହା ପୂର୍ବରୁ ଚାକିରୀରୁ ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀଙ୍କ ପେନସନ୍‌ରେ ଥିବା ତାରତମ୍ୟର ସମ୍ମୀକରଣ ପାଇଁ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପାଦକ କରୁଣାକର ଦାସ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସଂଘର ଉପଦେଷ୍ଟା ତଥା ରାଜ୍ୟ ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ଅଧ୍ୟାପକ ଅଜୟ ସାମଲ ଶିକ୍ଷକ ମହାସଂଘ ପକ୍ଷରୁ ଏ ସଂପର୍କରେ ମିଳିଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ନେତୃତ୍ୱ ମଦନ ମୋହନ ପାଲ୍ ଉଚ୍ଚ ନ୍ୟାୟାଳୟ ମାନଙ୍କରେ ଅନ୍ୟ ରାଜ୍ୟରେ ଏ ସମସ୍ୟାର ସମାଧାନ ହୋଇ କାର୍ଯ୍ୟକାରୀ ହୋଇଥିବାର ଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀମାନେ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ପାଇଁ ଶ୍ରୀ ବ୍ରଜକିଶୋର ଜେନା, କରୁଣାକର ଦାସ ଏବଂ ବୈଷ୍ଣବ ସ୍ୱାଇଁକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ନିରାକାର ଜେନା, ନାରଣ ପ୍ରସାଦ ପଣ୍ଡା, ପ୍ରତାପ କୁମାର ସାମନ୍ତରାୟ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଅମୀୟ ନାୟକ, ମନ୍ମଥ ରାଉତ, ମଧୁସୁଦନ ବାରିକ, ଅଜିତ ରାଉତ, କୃଷ୍ଣଚନ୍ଦ୍ର ଜେନା, ଶ୍ରୀନିବାସ ପରିଡା, ରାଜକିଶୋର ଚୈାଧୁରୀ ଓ ରତ୍ନାକର ରାଉତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମଧୁସୁଦନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ