ଅକାଳ ମୃତ୍ୟୁ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀରେ ଅକାଳ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବୃନ୍ଦଙ୍କ ପରିବାର ନିକଟକୁ ସେପ୍ଟେମ୍ବର ୧୦ ଓ ୧୧ ଦୁଇ ଦିନରେ ଓଡ଼ିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀକାନ୍ତ ସାହୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ କଳମ୍ବ ଗ୍ରାମର ଦିନବନ୍ଧୁ ସାହୁ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକର କେ.ଶ୍ରଦ୍ଧାପୁର ଗ୍ରାମର ଜୁନୁ ସାହୁ ମାତ୍ର ୨୪ ବର୍ଷ ବୟସରେ ଅକାଳ ମୃତ୍ୟୁ ବରଣ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଗୃହ କୁ ଯାଇ ପରିବାର ବ୍ୟକ୍ତିଙ୍କୁ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବୁଗୁଡା ବ୍ଲକର ଚିଲିଖମା ଗ୍ରାମର ଚରଣ ପ୍ରଧାନଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପୋଲସରା ଏନଏସି ର ୭ ନଂ ୱାର୍ଡ ଖଣ୍ଡିଆ ସାହିର ପ୍ରକାଶ ନାୟକ ୩୫ ବର୍ଷ ବୟସରେ ଅକାଳମୃତ୍ୟୁ ବରଣ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକ ଜକର ଗ୍ରାମର ବୈରାଗୀ ସ୍ବାଇଁଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଗୃହକୁ ଯାଇ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ ଯେକୌଣସି ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ଓ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ପୋଲସରା ବିଧାୟକ ତଥ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଶ୍ଚିତ ଭାବେ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ