ଭାଗବତ ପଠନ, ଶୃଂଖଳିତ ସମାଜ ଗଠନ କରିପାରିବ

ବୁଗୁଡା, (ଅନିଲ କୁମାର ମହାରଣା):ପ୍ରାଚୀନ କାଳରେ ଓଡିଆ ଜାତି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ପାଠ କରି ସମାଜକୁ ଶୃଂଖଳିତ କରି ରଖିଥିଲେ। ପରସ୍ପର ଭିତରେ ଭାଇଚାରା ସୃଷ୍ଟି ହୋଇ ସମାଜର ବିକାଶରେ ସହାୟକ ହେଉଥିଲା। ସେହି ସମୟରେ ଭାଗବତ ଓଡିଆ ପ୍ରାଣରେ ସାକ୍ଷରତା ଆଣିଦେଇ ଥିଲା ଏବଂ ଭାଗବତରେ ସାର୍ବଜନିନ ଭାଷା ପ୍ରୟୋଗ ଦ୍ବାରା ଲୋକେ ଆଗ୍ରହର ସହ ତାକୁ ଗ୍ରହଣ କରି ପାରୁଥିଲେ। ଆଧୁନିକତା ନାମରେ ପ୍ରାଚୀନ ଭାଗବତ ଗ୍ରନ୍ଥକୁ ଯୁବ ସମାଜ ପଢୁନାହାଁନ୍ତି। ଯାହାଦ୍ୱାରା ନିଜ ଭିତରେ ଆଧ୍ୟାତ୍ମିକ ଭାବ ଉପୁଜି ପାରୁ ନାହିଁ। ଫଳରେ ଭକ୍ତିଭାବ ଓ ଭାଇଚାରା ଦିନକୁ ଦିନ ଭଟ୍ଟା ପଡିବାରେ ଲାଗିଛି। ଏଣୁ ଯୁବ ସମାଜ ଭାଗବତ ଅଧ୍ୟୟନ କଲେ ସମାଜରେ ସଂସ୍କାରର ଅବକ୍ଷୟରୁ ରକ୍ଷା ହୋଇପାରିବ। ଓଡିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୧୧୫ ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ରରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ। ପବିତ୍ର ଭାଗବତ ଜନ୍ମ ତିଥିରେ ସେପ୍ଟେମ୍ବର ୧୦ ତାରିଖ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଗବେଷକ ଡକ୍ଟର ବ୍ରଜ କିଶୋର ପାଢୀ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିଡା, ଅଧ୍ୟାପିକା ଭକ୍ତଲତା ମହାପାତ୍ର, ସଲୀଳା କୁମାରୀ ନାୟକ, ଏ.ଶିବାନୀ ଆଚାରୀ, କବି ଶ୍ରୀଧର ମିଶ୍ର, ବସନ୍ତ କୁମାର ବିଷୋୟୀ, ରମାକାନ୍ତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଦାମୋଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ