ସିପି ଆଇ ର ୨୩ ତମ ରାଜ୍ୟ ସମ୍ମିଳନୀ ଉଦଯାପିତ
ନିମାପଡ଼ା, (ସନ୍ତୋଷ ଦାଶ):ଗତ ୯ ତାରିଖ ଠାରୁ ପୁରୀ ପୌର ସଦନ ଠାରେ ଆରମ୍ଭ ହୋଇଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ୨୩ ତମ ରାଜ୍ୟ ସମ୍ମିଳନୀ ଆଜି ଉଦଯାପିତ ହୋଇଛି । ବରିଷ୍ଠ ନେତା ଦିବାକର ନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ ସମ୍ମିଳନୀରେ ସି ପି ଆଇ ସର୍ବ ଭାରତୀୟ ମହାସଚିବ ଡି. ରାଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସି ପି ଆଇ ର ଜାତୀୟ ସମ୍ପାଦକ ପଲ୍ଲଭ ସେନଗୁପ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । କରୋନା ଯୋଗୁଁ ୧୫ କୋଟି ଲୋକ ଜୀବିକା ହରାଇଥିବା ବେଳେ ପୁଞ୍ଜିପତି ଙ୍କ ମୁନାଫା ୩୫ ଭାଗ ବଢ଼ିଥିବା ଶ୍ରୀ ସେନଗୁପ୍ତ କହିଛନ୍ତି ।ପୁଞ୍ଜିପତି ଓ ବଡ଼ ବ୍ୟବସାୟୀ ଙ୍କୁ କେନ୍ଦ୍ର ସରକାର ୧୨ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଥିବା ନେତା ମାନେ ଅଭିଯୋଗ କରିଥିଲେ ।ମୋଦୀ ସରକାର ୩ ଟି କଳା କୃଷି ଆଇନ ପ୍ରଣୟନ କରିବା ସହ ଶ୍ରମ କୋଡ ମାଧ୍ୟମରେ କୃଷକ ଓ ଶ୍ରମିକ ଙ୍କୁ ଶୋଷଣ ମୁହଁକୁ ଠେଲି ଦେଉଛନ୍ତି ବୋଲି ମୁଖ୍ୟ ଅତିଥି କହିଥିଲେ ।ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମ କୃଷ୍ଣ ପଣ୍ଡା ,ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ସିଂଦେଓ, ଅଭ୍ୟର୍ଥନା ସମିତି ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ,ପ୍ରଶାନ୍ତ ମିଶ୍ର ,ଅଭୟ ସାହୁ, ପ୍ରଶାନ୍ତ ପାଟ୍ଟଯୋଶୀ ,ମହେଶ୍ୱର ରାଉତ, କୃଷ୍ଣ ଚନ୍ଦ୍ର ରାଉତ ,ସନାତନ ପାତ୍ର, ଦେବେନ୍ଦ୍ର ସାହୁ , ଆଶିଷ କାନୁନଗୋ , ଅଲିକିଶୋର ପଟ୍ଟନାୟକ ,ଯୁଧିଷ୍ଟିର ମହାପାତ୍ର , ପ୍ରଦୀପ୍ତ ମହାନ୍ତି, ଅଶୋକ ଦାସ, ସଂଘମିତ୍ରା ଜେନା ପ୍ରମୁଖ ଶତାଧିକ କର୍ମୀ ଉକ୍ତ ସମ୍ମିଳନୀ ରେ ଯୋଗ ଦେଇଥିଲେ ।


