ଜଣେ ବିଇଓଙ୍କୁ ତିନି ବ୍ଲକର ଦାୟିତ୍ୱ, ଅବସ୍ଥାରେ ସୁଧାର ଆସିବ ତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଜଣେ ବିଇଓଙ୍କୁ ତିନଟି ବ୍ଲକର ଦାୟିତ୍ୱ ମିଳିଛି । ଯାହାଦ୍ୱାରାକି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗି ରହିଥବବା ସମସ୍ୟାରେ ସୁଧାର ଆସିବ ନା ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟରେ କାର୍ଯ୍ୟରତ ବିଇଓ ସୁରଥ କୁମାର ସାହୁ ଗତ ଅଗଷ୍ଟ ୨୦୨୧ରେ ଅବସର ନେବାପର ଠାରୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ପାରି ନାହିଁ । କେବଳ କାମଚଳା ବିଇଓ ଭାବେ ଦୁଇ ତିନିଜଣଙ୍କୁ ନିଯୁକ୍ତି ଦିଆଯାଇ କେବଳ ଶିକ୍ଷକ ଓ କର୍ମଚାରୀଙ୍କ ଦରମା କାର୍ଯ୍ୟକୁ ତୁଲା ଯାଉଛି । ଫଳରେ ହାଟଡିହି ବ୍ଲକ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅରାଜକତା ଲାଗି ରହିବା ସହ ବିଭିନ୍ନ ସ୍କୁଲ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ଭୂଷୁଡି ପଡିଛି । ଅନେକ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ନଯାଇ ଛକ ବଜାରରେ ବୁଲୁଥିବାବେଳେ ଆଉ କିଛି ଶିକ୍ଷକ ନିଜ ନିଜ ଘରକାମରେ ବ୍ୟସ୍ତ ରହି ମନଇଛା ସ୍କୁଲକୁ ଯାଆସ କରୁଛନ୍ତି । ଏବେ ଭାରପ୍ରାପ୍ତ ବିଇଓ ଥିବା ଅଭୟ କୁମାର ବେହେରା ଦୁଇ ଦୁଇଟି ବ୍ଲକର ଚାର୍ଜରେ ଥିବାରୁ ସେ ସପ୍ତାହକୁ ଦିନେ କି ଦୁଇଦିନ ଆସୁଥିଲେ । ଯାହାଦ୍ୱାରାକି ସେ କୌଣସି ସ୍କୁଲ ପରିଦର୍ଶନ କରିବାର ସମୟ ପାଇପାରୁ ନଥିଲେ । କେବଳ ଅଫିସରେ ବସି ଶିକ୍ଷକଙ୍କ ବିଭିନ୍ନ କାର୍ଯ୍ୟକରି ପଳାଉଥିଲେ । ସେ ଭିଜିଲାନସ ହାତରେ ଧରାପଡି ନିଲମ୍ବିତ ହେବାପରେ ହାଟଡିହି ବ୍ଲକର ଶିକ୍ଷା ଅଧିକାରୀ ପଦବୀ ଫାଙ୍କା ପଡିଥିଲା । ଯାହାଦ୍ୱାରାକି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦରମା ପାଇବାରୁ ବଞ୍ଚିତ ହୋଇ ନାନା ପ୍ରକାର ଦୁଶ୍ଚିନ୍ତାରେ ଥିଲେ । ଗତକାଲି ଶିକ୍ଷାବିଭାଗ ପକ୍ଷରୁ ଚିଠିନଂ୧୬୬୨୪ ତା ୧୨/୦୯/୨୦୨୨ଧୁଶାସନ ସିଂଙ୍କୁ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟକରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଖାଲି ଏହି ବ୍ଲକ ନୁହଁ ସେ ଝୁମ୍ପୁରା, ତେଲକୋଇ ଏବଂ ହାଟଡିହିର ଦାୟିତ୍ୱ ବୁଝିବେ । ତେଣୁ କିପରି ଏ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟ କରିବ ତାହାକୁ ନେଇ ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ