ବିଜେଡି ସାଙ୍ଗଠନିକ ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବିଜେଡି କାର୍ଯ୍ୟାଳୟ ଠାରେ ଆଜି ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଯୋଗଦେଇ ୨୩ଗୋଟି ପଞ୍ଚାୟତରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହାପରେ ଦଳୀୟ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ମଧ୍ୟ ଶ୍ରୀ ସାମଲ ଉପସ୍ଥିତ କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ। ବୈଠକରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ନାଆମୀ ସରପଞ୍ଚ ସସ୍ମିତା ସେଠୀ, ସରସଦା ସରପଞ୍ଚ ରମେଶ ଜେନା, ସମବାୟ ସଭାପତି ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ପିତାମ୍ବର ଦିଅ, ଅକ୍ଷୟ କୁମାର ଜେନା, ଦେବେନ୍ଦ୍ର ଦାସ, ସତ୍ୟାନନ୍ଦ ମହାପାତ୍ର, ହେମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ