ମୋହନା ରେ ଅହିଂସା ରଥ କୁ ସ୍ଵାଗତ
ମୋହନା, (ଅଂଶୁମାନ ପଣ୍ଡା):ଅହିଂସା ମଣିଷ ର ସବୁଠାରୁ ବଡ ଶକ୍ତି ନିଜର ବୁଦ୍ଧିମତ୍ତା ବଳରେ ମଣିଷ ତିଆରି କରିଥିବା ଜେକୌଣସି ମାରଣାସ୍ତ୍ର ଅପେକ୍ଷା ଏହା ଏକ ଅଧିକ ଶକ୍ତିଶାଳୀ ଏଭଳି ଏକ ବାର୍ତ୍ତା ନେଇ ଅହିଂସା ରଥ ମୋହନା ବ୍ଲକ ରେ ପହଞ୍ଚି ଥିଲା ଦୁଇଟି ରଥ ସ୍ଥାନୀୟ ହିଲ୍ଟପ୍ ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ଅଙ୍ଗନୱାଡ଼ି କର୍ମୀ ଙ୍କ ଦ୍ଵାରା ସାଜସୋଜ୍ୟ କରଯାଇଥିଲା ବ୍ଲକ୍ ବିଡ଼ିଓ ତପସ୍ପିନି ହାଂସଦା, ସମ୍ମାନିତ ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲିକ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ବ୍ଲକ ଶିକ୍ଷ୍ୟା ଅଧିକାରୀ ଦେବଦାସ ତାମରପୁ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶୀକା, ଆତ୍ରିକ୍ତ ବିଡ଼ିଓ ଚୌଦରି , ସମେତ ଅନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ରେ ଦୀପ ଧୂପ ପୁଷ୍ପ ଦେଈ ସ୍ଵାଗତ କରଯାଇଥିଲା ପରେ ହିଲ୍ଟପ ମହାବିଦ୍ୟାଳୟ ର ଜାତୀୟ ସେବା ଶିବିର ବାଳକ ଓ ବାଳିକା ବିଭାଗ ର ଛାତ୍ର ଛାତ୍ରୀ ଙ୍କୁ ନେଇ ତିରଙ୍ଗା ଯାତ୍ରା ବାହାରିଥିଲା ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ଦେଶ ଭକ୍ତ ଙ୍କ ଭେସ ଧାରଣ କରି ମୋହନା ବ୍ଲକ ପରିସ୍ୱର୍ ରେ ପହଞ୍ଚି ଥିଲେ ସେଠାରେ ଦେଶାତ୍ମକ ସଙ୍ଗୀତ ଗାନ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଦୁଇଟି ରଥ କୁ ଦୁଇ ଭାଗ ରେ ଅନ୍ୟ ପଂଚାୟତ ଗୁଡ଼ିକୁ ପରିଭ୍ରମଣ ପାଇଁ ପଠା ଯାଇଥିଲା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରଯାଇଥିଲା