ସନ୍ଧ୍ୟା ହେଲେ ଷ୍ଟେଟବ୍ୟାଙ୍କ ଏଟିଏମ ବନ୍ଦ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମର କୌଣସି ବ୍ୟବସ୍ଥା ଠିକରେ ଚାଲି ପାରୁନଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା ବେଳେ ବ୍ୟାଙ୍କ ଉପରେ ସମସ୍ତେ କାରବାର କରୁଥିବା ବେଳେ ଏଟିଏମରେ ଦିନବେଳା ଲମ୍ବା ଲାଇନ ଦେଖିବାକୁ ମିଳୁଛି। ସେହିଭଳି ଅନେକ ସମୟରେ ଏଟିଏମର ଲିଙ୍କ୍ କଟୁଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଅନେକ ସମୟରେ ରାସ୍ତାରେ ଯାଉଥିବା ସାଧାରଣ ଲୋକ ସମେତ କୌଣସି ଜରୁରୀକାଳୀନ ପାଇଁ ସନ୍ଧ୍ୟା ସମୟରେ ଏଟିଏମକୁ ଗଲାବେଳେ ଏଟିଏମ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ମେଡିକାଲ ସମେତ ଅନେକ ସମୟରେ ଏଟିଏମର ଅବ୍ୟବସ୍ଥା ପାଇଁ ଜନସାଧାରଣ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଏଭଳି ସମସ୍ୟା ପ୍ରତି ଏଟିଏମ ସଂସ୍ଥା ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ତେଣୁ ସନ୍ଧ୍ୟା ସାତଟା ସମୟରେ ଏଟିଏମ ବନ୍ଦ ନକରି ଦିବାରାତ୍ର ଚାଲୁରଖିବା ପାଇଁ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ