ସର୍ଭଫର ପିପୁଲ ପକ୍ଷରୁ ସହାୟତା ପ୍ରଦାନ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ଗତ ପ୍ରଥମାଷ୍ଟମୀ ଦିନ ପାୱାରଟିଲର ଦ୍ୱାରା ବିଲରେ ହଳ କରୁଥିବାବେଳେ ଅସାବଧାନତା ଯୋଗୁଁ ଚାଷୀ ବିଜୟ କୁମାର ଘଡେଇ(୨୨)ଙ୍କ ଗୋଡ କଟିଯିବା ଘଟଣା ଗଣମାଧ୍ରମରେ ପ୍ରକାଶ ପାଇବାପରେ ଲୋକମାନେ ସହାୟତାର ହାତ ବଢ଼ାଉଛନ୍ତି । ପୁର୍ବରୁ ଗ୍ରାମ ଯୁବକମାନେ ଘରଘର ବୁଲି ମାଗଣକରି ୭୦ହଜାରରୁ ଉର୍ଦ୍ଧ ଟଙ୍କା ଯୋଗାଡ କରି ସହାୟତା ପ୍ରଦାନ କରିଥିବାବେଳେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ସହାୟତାର ହାତ ବଢ଼ାଇବାପରେ ସର୍ଭଫର ପିପୁଲ ପକ୍ଷରୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ବଞ୍ଚୋର ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ସର୍ଭଫର ପିପୁଲର ସଦସ୍ୟା ମମତା ବରାଳ ବଞ୍ଚୋ ଗାଁରୁ ଆଦାୟ କରିଥିବା ୫୦୫୧ଟଙ୍କା ବିଜୟଙ୍କ ପରିବାରକୁ ପ୍ରଦାନ କରିଥିଲେ । ସେହିପରି ମା ବରାହୀ ସେବା ସଂଘର ସଦସ୍ୟ ମାନଙ୍କ ତରଫରୁ ମଧ୍ୟ ସହଯୋଗର ହାତ ବଢ଼ିବଢ଼ି ଚାଲିଛି ।


