ନିମାପଡା, (ସନ୍ତୋଷ ଦାଶ):ରାଜ୍ୟ ଅବକାରୀ ଗୁଇନ୍ଦା ବିଭାଗ କଟକ ପକ୍ଷରୁ ଆଜି ନିମାପଡ଼ାରେ ଚଢ଼ାଉ କରାଯାଇ ପ୍ରାୟ ୧୮୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି।ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।ଏ ସଂକ୍ରାନ୍ତରେ ଶାମସୁନ୍ଦରପୁରର ବ୍ୟବସାୟୀ ରାକେଶ ସାହୁକୁ ଅବକାରୀ ବିଭାଗ ଗିରଫ କରିଛି।