ଆସ୍କା ସେଣ୍ଟ୍ରାଲ ବ୍ୟାଙ୍କ ବେଲଗୁଣ୍ଠା ନିର୍ଦ୍ଦେଶକ ପଦ ବିଜେଡି ଦଖଲରେ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଆସ୍କା କୋପରିଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କର ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ବେଲଗୁଣ୍ଠା ବ୍ଳକ ର ଏହି ନିର୍ଦ୍ଦେଶକ ପଦ ପ୍ରାୟ ୩୦ ବର୍ଷ ହେଲା କଂଗ୍ରେସ ଦଖଲ କରି ଆସୁଥିଲା ।ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଓ ବିଜେଡି ସଭାପତି ରାମେଶ୍ବର ପାତ୍ରଙ୍କ ସଫଳ ଗୋଟି ଚାଳନା ଯୋଗୁଁ ଏହି ପଦ ପ୍ରଥମ ଥର ପାଇଁ ବିଜେଡି ଦଖଲ କରିଛି । ବିଜେଡିର ସୁମନ୍ତ ବିଷୋୟୀ ବିଜୟୀ ହୋଇଛନ୍ତି । ବିଜେଡି ସୁମନ୍ତ ବିଷୋୟୀ ଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କେ.କୃଷ୍ଣମୁର୍ତି ପାତ୍ର ଙ୍କୁ ପ୍ରାର୍ଥୀ କରିଥିଲା ।ବେଲଗୁଣ୍ଠା ବ୍ଳକ ର ୧୫ଟି ସେବା ସମବାୟ ସମିତିର ୨୧୫ ନିର୍ଦ୍ଦେଶକଙ୍କ ମଧ୍ୟରୁ ୨୦୫ ଜଣ ମତଦାନ କରିଥିଲେ ।ସେଥି ମଧ୍ୟରୁ ୫ଟି ଭୋଟ ନାକଚ ହୋଇଯାଇଥିବା ବେଳେ କୃଷ୍ଣମୂର୍ତ୍ତି ପାତ୍ରଙ୍କୁ ୯୧ ଓ ସୁମନ୍ତ ବିଷୋୟୀ ଙ୍କୁ ୧୦୯ଖଣ୍ଡ ଭୋଟ ମିଳିଥିଲା ।କୃଷ୍ଣମୂର୍ତ୍ତି ଙ୍କ ଠାରୁ ସୁମନ୍ତ ୧୮ ଟି ଭୋଟ ଅଧିକ ପାଇ ବିଜୟୀ ହୋଇଥିଲେ ।ଏ ନେଇ ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସୁମନ୍ତ ଙ୍କୁ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ,ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବ୍ଳକ ବିଜେଡି ସଭାପତି ରାମେଶ୍ବର ପାତ୍ର, ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଦୂର୍ଗା ମାଧବ ନାୟକ, ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ ପ୍ରଧାନ, ଡିଜିଟାଲ ସମ୍ପାଦକ ବିଭୁପାଦ ଜେନା,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ,୪୭ ନମ୍ବର ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ