ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଦ୍ୱାରା ବେସିକ୍ ତାଲିମ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ବେସିକ୍ ତାଲିମ ଶିବିର କବ୍ ମାଷ୍ଟର ଏବଂ ରୋଭର ସ୍କାଉଟ ଲିଡର (ଉଚ୍ଚବିଦ୍ୟାଳୟ ଶିକ୍ଷକ) ମାନଙ୍କ ପାଇଁ ଏକାଦିକ୍ରମେ ଦୁଇଗୋଟି ତାଲିମ ଶିବିର ରାଜ୍ୟ ମୁଖ୍ୟାଳୟରେ ତା୨୭.୧୦.୨୦୨୨ରିଖ ଠାରୁ ଆରମ୍ଭ ହୋଇଅଛି । ଉକ୍ତ ଶିବିରରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡା, କେଉଁଝର, କଳାହାଣ୍ଡି, ଖୋର୍ଦ୍ଧା, ମୟୁରଭଞ୍ଜ, ନୂଆପଡା, ନୟାଗଡ, ପୁରୀ, ରାୟଗଡା ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲାରୁ ୫୮ ଜଣ କବ୍ ମାଷ୍ଟର ଏବଂ ୩୬ ଜଣ ରୋଭର ସ୍କାଉଟ ଲିଡର ତାଲିମ ନେବାପାଇଁ ଯୋଗଦାନ କରିଛନ୍ତି । ତା୨୭ା୧୦ା୨୨ରିଖ ଦିନ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନାମିକା ଦାସ ଉକ୍ତ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ତାଲିମ ନେବାକୁ ଆସିଥିବା ଶିକ୍ଷକ ମାନଙ୍କୁ ବିଦ୍ୟାଳୟରେ କବ୍ ଓ ରୋଭର ମାଧ୍ୟମରେ ଛାତ୍ରମାନଙ୍କୁ ଜଣେ ଜଣେ ଭଲ ସୁନାଗରିକ ଭାବେ ଗଢ଼ିତୋଳିବା ସହିତ ସେମାନଙ୍କୁ ରାଜ୍ୟ ପୁରସ୍କାର ପାଇବା ଲାଗି ଠିକ୍ ଭାବେ ତିଆରି କରିବାକୁ ପରାମର୍ଶ ଦେଇଥିଲେ ।ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟକମିଶନର ଡଃ. କାଳିପ୍ରସାଦ ମିଶ୍ର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେଇ ସମସ୍ତ ଶିବିରାର୍ଥୀମାନଙ୍କୁ ସମାଜ ଲାଗି କିଛି ଭଲ କରିବାର ସୁଯୋଗକୁ ଯେପରି ହାତଛଡା ନକରିବେ ସେଥିପାଇଁ ନିଜ ବକ୍ତବ୍ୟରେ କହିଥିଲେ । ସମସ୍ତ କବ୍ ମାଷ୍ଟର ଓ ରୋଭର ସ୍କାଉଟ ଲିଡରମାନଙ୍କୁ ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ସଂଗଠନକୁ ଆହୁରି ମଜବୁତ୍ କରୁଥିବାରୁ ସମସ୍ତ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


