ବାର୍ଷିକ କ୍ରିଡା ଉଦ୍ଘାଟିତ
ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରିଡା ଆଜି ଉଦ୍ଘାଟିତ ହୋଇଛି।ଉଦ୍ଘାଟନୀ ଉତ୍ସବରେ ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ସମ୍ମାନିତ ଅତିଥି, ବିଦ୍ୟାଳୟ ସଭାପତି ତଥା ପ୍ରକାଶ ଚନ୍ଦ୍ର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରୋହିତ ବିଶୋଈ ଓ ସମ୍ପାଦକ ମହେଶ୍ଵର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରିଡା ଉତ୍ସବକୁ ଆରମ୍ଭ କରିଥିଲେ।ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସୁନୀଲକୁମାର ରଥଙ୍କ ପ୍ରତକ୍ଷ ତତ୍ବାବଧାନରେ କ୍ରିଡାଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ବିଦ୍ୟାଳୟ କ୍ରିଡା ଶିକ୍ଷକ ଦୁଖୀଶ୍ୟାମସାହୁ, ଦାଶରଥିସାଥୁଆ, ନିରାକାରପାଢୀ, ବିଭୀଷଣ ସାହୁ ପ୍ରମୁଖ କ୍ରିଡାକାର୍ଯ୍ୟକ୍ରମ ପରିଚାଳନାକରୁଛନ୍ତି।ଆଜି ପ୍ରଥମ ଦିନରେ ସୋରଡା ମିନିଷ୍ଟାଡିୟମରେ ୧୦୦, ୨୦୦, ୪୦୦,୬୦୦ ମିଟର ଦୌଡ ପ୍ରତିଯୋଗୀତା ସହ ଉଚଡିଆଁ ଓ ଲମ୍ବଡିଆଁ ଭଳି ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରଯାଇଥିଲା। ମାଁ ମାନକ ପାଇଁ ମଧ୍ୟ କିଛି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା।ଆସନ୍ତା କଲି ଅପରାହ୍ନରେ ଏହି କ୍ରିଡା ଉତ୍ସବ ସମାପନ ହେବ ବୋଲି ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ରଥକହିଛନ୍ତି।


