ଧର୍ମପରାୟଣା ମହିଳାଙ୍କ ପରଲୋକ

ଆନନ୍ଦପୁର, (ବିକାଶ ବିଶ୍ୱାଳ):ଘସିପୁରା ବ୍ଲକ ଦେଓଗାଁ ପଞ୍ଚାୟତର ହାତୀଶିଳା ଗ୍ରାମର ବିପିନି ବିହାରୀ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଶଙ୍ଖଲତା ପାଣିଗ୍ରାହୀଙ୍କ ଗତ ସେମାବର ଦିନ ତାଙ୍କ ନିଜ ବାସଭବନରେ ୬୨ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ସ୍ୱାମୀ ବିପିନି ବିହାରୀ ପାଣିଗ୍ରାହୀ, ପୁଅ ବ୍ରଜବନ୍ଧୁ ପାଣିଗ୍ରାହୀ, ଗୋପବନ୍ଧୁ ପାଣିଗ୍ରାହୀ, ଧରଣୀଧର ପାଣିଗ୍ରାହୀ, ଅନିଲ ପାଣିଗ୍ରାହୀ, ନିରାକାର ପାଣିଗ୍ରାହୀ, ଅଜିତ ପାଣିଗ୍ରାହୀ, ଅଜିତ ପାଣିଗ୍ରାହୀ, ସତ୍ୟମ, ଦିବ୍ୟମ ଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ଭଗବତ ପ୍ରେମୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରପାଇ ଦେଓଗାଁ ପଞ୍ଚାୟତର ସରପଞ୍ଚ ସତ୍ୟରଞ୍ଜନ ଭୁୟାଁ, ଡାକ୍ତର ସଂଗ୍ରାମ କେଶରୀ ଦାସ, ରାଧେଶ୍ୟାମ ରଣା, ବସନ୍ତ ଭୁୟାଁ, ସୁରେଶ ଭୁୟାଁ, ଦେବାଶିଷ ବିଶ୍ୱାଳ, ଦେବାଶିଷ ରାଉତ, ବିଶ୍ୱରଞ୍ଜନ ରାଉତ, ଡାକ୍ତର ଯଶୋବନ୍ତ ନାୟକ, ପିତାମ୍ବର ଭୁୟାଁ, ଲକ୍ଷ୍ମଣ ବାରିକ, କାଳନ୍ଦୀ ସାହୁ, ପରମାନନ୍ଦ ସାହୁ, ଲିଙ୍ଗରାଜ ପଣ୍ଡା,ସୁରେନ୍ଦ୍ର ଦେହୁରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ୋଷ ଦର୍ଶନ କରିଥିଲେ । ପରେ ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ କୁଶେଇ ନଦୀ କୁଳରେ ଶେଷ କୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବ୍ରଜବନ୍ଧୁ ପାଣିଗ୍ରାହୀ ମୁଖାଗ୍ନି ଦେଇଥିବାବେଳେ ହାତିଶୀଳା ଗ୍ରାମବାସୀମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ