ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଘଂ ଗଠିତ

ପାରଳାଖେମୁଣ୍ଡି-(ତାରେଣୀ ପ୍ରସାଦ ପଣ୍ଡା) ଋାଧାକାନ୍ତ ମଠ ପରିସରରେ ବ୍ରାହ୍ଣଣ ମହାସଘଂ ପ୍ରକୋଷ୍ଠରେ ବରିଷ୍ଠ ସାରସ୍ୱତ ସାଧକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଦକ୍ଷିଣ ଓଡିଶାର ବରିଷ୍ଠ କଳାକାର ମହାସଂଘର ସଭାପତି ଡା.ତିରୁପତି ସାହୁ ଏବଂ ମହାସଚିବ ସୁବାସ ଚନ୍ଦ୍ର ସାହୁ ଅତିଥିଭାବେ ଯୋଗ ଦେଇ କଳାକାର ସମାଜର ଏକତା ଉପରେ ଗୁରୁତ୍ୱରୋପ କରି ନିଜନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ନାଟ୍ୟ ନିର୍ଦ୍ଧେଶକ ବଟକୃଷ୍ଣ ପାତ୍ର ଙ୍କ ପରିଚାଳନାକ୍ରମେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠନ କରାଯିବା ସହ ଜିଲ୍ଲାର ସମସ୍ତ ୭ ଟି ବ୍ଲକରେ ବ୍ଲକସ୍ତରୀୟ ସଙ୍ଗଠନ ଖୁବ୍ ଶୀଘ୍ର ଦଠନ ନିମନ୍ତେ ନିସ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସର୍ବସମ୍ମତିକ୍ରମେ କର୍ମକତ୍ତା ଚୟନ କରାଯାଇଥିଲା । ତା ସହିତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସଭାପତି,ବଟକୃଣ୍ଣ ପାତ୍ର କାର୍ଯ୍ୟକାରୀ ସଭାପତି,ମନୋଜ କୁମାର ପାଢୀ ସଂପାଦକ,ଆଦର୍ଶ କୁମାର ଦାଶ ସହସଂପାଦକ,ଶୁଭ୍ରାଂଶୁ ଶେଖର ପଟ୍ଟନାୟକ କୋଷାଧ୍ୟ.ନୃସିହାନନ୍ଦ ପାଣିଗ୍ରାହୀ ଉପସଭାପତି ଭାବରେ ଚୟନ ହୋଇଥିବାବେଳେ ଅର୍ଜୁନ ନାୟକ, ପ୍ରବୀଣ କୁମାର ପଣ୍ଡା, ହରି ବିଶ୍ୱାଳ, ବିପିନ ଚନ୍ଦ୍ର ମାଳବିଷୋୟୀ, ଜଟିଆ ଗୌଡ,ମଧୂସୁଦନ ପାଢୀ,ହିମାଶଂ ଶେଖର ପଟ୍ଟନାୟକ,କୌଳସ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖଙ୍କୁ କାର୍ଯ୍ୟକାରୀ ସଦସ୍ୟଭାବେ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଚିତ୍ରାନନ୍ଦ ବ୍ୟବର୍ତ୍ତା,ଯୁଦ୍ଧିଷ୍ଠୀର ଭଞ୍ଚସାମନ୍ତ,ନୃସିଂହାନନ୍ଦ ପାଣିଗ୍ରାହୀ ପ୍ରମୁଖ ସହେଯୋଗ କରିଥିଲେ । ପରିଶେଷରେ ମନୋଜ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ