ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ୨ ଟ୍ରଲର ଜବତ ୧୫ ଅଟକ

ନିମାପଡ଼ା, (ସନ୍ତୋଷ ଦାଶ):ନଭେମ୍ବର ୧ ତାରିଖ ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ କୋଡିଏ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳ ରେ କେହି ମାଛ ଧରିପାରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି l ବିରଳ ଅଲିଭ ରିଡେଲ କଇଁଛ ମାନଙ୍କ ପ୍ରଜନନ ଋତୁ ଚାଲୁଥିବାରୁ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହେବ।ସେମାନଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳ କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଗତ କାଲି ଅସ୍ତରଙ୍ଗ ଦେଵୀ ମୁହାଣ ଅଞ୍ଚଳରେ” ପାର୍ବତୀ ପତି” ଓ “କାଳିଆସୁନା”ନାମକ ୨ଟି ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ସମୟରେ ବନବିଭାଗ ପାଟ୍ରୋଲିଙ୍ଗ ଟିମ ହାବୁଡ଼ରେ ପଡିଥିଲେ l ଏହି ଚଢ଼ାଉରେ ଫରେଷ୍ଟର ବିରଜା ପ୍ରସାଦ ମହାପାତ୍ର,ବନପଳ ମାନସ ରଞ୍ଜନ ବେହେରା, ପି କେ ପତି ସମେତ ଏପିଆର ଟିମ ଟ୍ରଲର ଦୁଇଟି କୁ ଜବତ କରି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି । ଏହି ଟ୍ରଲର ରେ ଥିବା ୧୫ ଜଣ ମତ୍ସ୍ୟଜୀବୀ ଙ୍କୁ ଅଟକ ରଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ